ଓଡିଶା

odisha

ETV Bharat / sitara

ରିତେଶ ଏବଂ ଜେନେଲିଆଙ୍କ ପୁରୁଣା ଫନି ଭିଡିଓ ହେଲା ଭାଇରାଲ - ରିତେଶ ଏବଂ ଜେନେଲିଆଙ୍କ

ଅଭିନେତା ରିତେଶ ଦେଶମୁଖ ଏବଂ ଅଭିନେତ୍ରୀ ଜେନେଲିଆ ଡି ସୋଜାଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜେନେଲିଆ ରିତେଶଙ୍କୁ ତାଙ୍କ ବିବାହର ଫଟୋ ଦେଖାଉଛନ୍ତି, କିନ୍ତୁ ଏହି ଫଟୋ ଗୁଡ଼ିକୁ ଦେଖି ରିତେଶ ଏକ ଫନି ରିୟାକସନ ଦେଉଥିବାର ଦେଖିବାକୁ ମିଳିଛି । ଆହୁରି ପଢନ୍ତୁ...

riteish deshmukh expression viral after genelia  dsouza showed wedding photos
ରିତେଶ ଏବଂ ଜେନେଲିଆଙ୍କ ପୁରୁଣା ଫନି ଭିଡିଓ ହେଲା ଭାଇରାଲ

By

Published : Apr 20, 2020, 6:51 AM IST

ମୁମ୍ବାଇ: ଲକଡାଉନ ସମୟରେ ସମସ୍ତ ବଲିଉଡ ସେଲିବ୍ରିଟିମାନେ ଘରେ ଅଛନ୍ତି । ଏହି ଲକଡାଉନ ସମୟରେ ବଲିଉଡ ସମସ୍ତ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ବହୁତ ସମୟ ବିତାଉଛନ୍ତି ।

ଏହି ସମୟରେ ରିତେଶ ଦେଶମୁଖ ଏବଂ ଜେନେଲିଆ ଡିସୋଜାଙ୍କ ଏକ ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହା ଏକ ପୁରୁଣା ଭିଡିଓ କିନ୍ତୁ ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି ।

ରିତେଶ ଏବଂ ଜେନେଲିଆଙ୍କ ପୁରୁଣା ଫନି ଭିଡିଓ ହେଲା ଭାଇରାଲ

ଏହି ଭିଡିଓରେ ଜେନେଲିଆ ରିତେଶଙ୍କୁ ତାଙ୍କ ବିବାହର ଫଟୋ ଦେଖାଉଛନ୍ତି, କିନ୍ତୁ ଏହି ଫଟୋ ଗୁଡ଼ିକୁ ଦେଖି ରିତେଶ ଏକ ଫନି ରିୟାକସନ ଦେଉଥିବାର ଦେଖିବାକୁ ମିଳିଛି । ଭିଡିଓଟି ବହୁତ ମଜାଳିଆ ଥିଲା ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି ।

ଏହା ପୂର୍ବରୁ ରିତେଶ ଏବଂ ଜେନେଲିଆଙ୍କ ଏକ ଭିଡିଓ ଦେଖିବାକୁ ମିଳିଥିଲା ଯେଉଁଥିରେ ଜେନେଲିଆ ରିତେଶଙ୍କୁ ବେଲଣା କାଠି ଦେଖାଇ ତାଙ୍କୁ ଘର କାମ କରିବାକୁ କହୁଥିଲେ । ଏହି ଭିଡିଓଟି ମଧ୍ୟ ବହୁତ ମଜାଳିଆ ଥିଲା ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details