ଓଡିଶା

odisha

By

Published : May 29, 2020, 12:51 PM IST

ETV Bharat / sitara

ରିଷିଙ୍କ ଲୁକରେ ରଣବୀର!

ସୋସିଆଲ ମିଡିଆରେ ଭାଇରାଲ ହେଲା ରଣବୀର କପୁରଙ୍କ ଏକ ଫଟୋ । ଯାହା ଫ୍ୟାନ୍ସଙ୍କୁ ତାଙ୍କ ପିତା, ଅଭିନେତା ରିଷି କପୁରଙ୍କ କଥା ମନେ ପକାଇଦେଉଛି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ରଣବୀର କପୁର ସବୁବେଳେ ନିଜ ଲଭଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେହିପରି ତାଙ୍କ ଲୁକ୍ସ ମଧ୍ୟ ଫିମେଲ ଫ୍ୟାନ୍ସଙ୍କ ମଧ୍ୟରେ ଫେମସ। ଖାଲି ଲୁକ୍ସ ନୁହେଁ ତାଙ୍କ ଅଭିନୟର ମଧ୍ୟ ସମସ୍ତେ ଦିୱାନା । ଶେଷଥର ସେ ‘ସଞ୍ଜୁ’ ଫିଲ୍ମରେ ନଜର ଆସିଥିଲେ । ଗତ 30 ତାରିଖରେ ସେ ନିଜ ପିତା ତଥା ଲୋକପ୍ରିୟ ଅଭିନେତା ରିଷି କପୁରଙ୍କୁ ହରାଇଥିଲେ ।

ଯାହାକୁ ନେଇ ଏଯାବତ ପୁରା ପରିବାରରେ ଶୋକର ବାତାବରଣ ଦେଖିବାକୁ ମିଳୁଛି। ଇତିମଧ୍ୟରେ ରଣବୀରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛି । ଏବେ ସେହି ଫଟୋ ଫ୍ୟାନ୍ସଙ୍କୁ ଋଷିଙ୍କ କଥା ମନେ ପକାଇଦେଇଛି । କାରଣ ଫଟୋରେ ଋଷିଙ୍କ ଅବିକଳ ନଜର ଆସୁଛନ୍ତି ରଣବୀର। ଦେଖନ୍ତୁ ଫଟୋ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ପ୍ରକାଶ ଥାଉକି ଦୁଇ ବର୍ଷ କ୍ୟାନ୍ସର ସହ ଲଢିବା ପରେ ଏପ୍ରିଲ 30 ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ରିଷି ।

ABOUT THE AUTHOR

...view details