ଓଡିଶା

odisha

ETV Bharat / sitara

ନିର୍ଭୟା ଗଣଦୁଷ୍କର୍ମ ମାମଲା: ତାରିଖ ପେ ତାରିଖ କହିଲେ ଋଷି - ନିର୍ଭୟା ଗଣଦୁଷ୍କର୍ମର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତା

ସୁବବେଳେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି ଫେମସ ଅଭିନେତା ଋଷି କପୁର। ଏଥର ମଧ୍ୟ ସେ ନିର୍ଭୟା କେସରେ ଏମିତି ଏକ ଟ୍ବିଟ କରିଛନ୍ତି ଚର୍ଚ୍ଚାରେ। ଯାହାକୁ ହଜାର ହଜାର ଲୋକ ସମର୍ଥନ କରିଛନ୍ତି।

rishi kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଋଷି କପୁର

By

Published : Mar 3, 2020, 7:25 PM IST

ମୁମ୍ବାଇ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଣି ଫାଶିରୁ ବଞ୍ଚିଯାଇଛନ୍ତି ଦୋଷୀ। ମଙ୍ଗଳବାର ଏହି ଚାରି ଦୋଷୀଙ୍କୁ ଫାଶି ଦିଆଯାଇଥାଆନ୍ତା । ହେଲେ ସୋମବାର ଫାଶି ଆଦେଶକୁ ଟାଳି ଦିଆଯାଇଥିଲା । ପଟିଆଲା ହାଉସ କୋର୍ଟ ଆଗାମୀ ଆଦେଶ ପର୍ଯ୍ୟନ୍ତ ଫାଶି ଉପରେ ରୋକ ଲଗାଇଛି। ତୃତୀୟଥର ନିର୍ଭୟା ଦୋଷୀ ଫାଶିରୁ ବଞ୍ଚିଯାଇଛନ୍ତି । ନିର୍ଭୟା ଗଣଦୁଷ୍କର୍ମର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ପବନଙ୍କ ପାଇଁ ତାଙ୍କ ଓକିଲ ଓ ପିତା ଏହି ରାଜକ୍ଷମା ସୋମବାର ଦ୍ବିପହରରେ ଦାୟର କରିଥିଲେ। ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛତିଶଗଡ ଯାତ୍ରାରେ ଅଛନ୍ତି । ସେ ଫେରିବା ପରେ ଏହି ଯାଚିକା ଉପରେ ଆଗାମୀ ନିଷ୍ପତ୍ତି ନିଆଯିବ। ଫାଶୀ ଟଳିଯିବାରୁ ଖପ୍ପା ନଜର ଆସୁଛନ୍ତି ଦେଶବାସୀ।

ଫଟୋ ସୌଜନ୍ୟ: ଟ୍ବିଟର@ଋଷି କପୁର

ଏବେ ଏହି ମାମଲାରେ ବଲିଉଡର ବିଶିଷ୍ଟ ଅଭିନେତା ଋଷି କପୁରଙ୍କ ବୟାନ ସାମ୍ନାକୁ ଆସିଛି । ସେ ବାରମ୍ବାର ଫାଶୀ ଟଳୁଥିବାରୁ ଖୁବ୍ କ୍ରୋଧିତ ଅଛନ୍ତି । ସେ ନିଜ ରାଗ ଆକ୍ସନ ହିରୋ ସନ୍ନି ଦେଓଲ ଓ ନିଜ ଅଭିନୀତ ଫିଲ୍ମ ‘ଦାମିନୀ’ର ଫେମସ ଡାଇଲଗ ଜରିଆରେ ପ୍ରକାଶ କରିଛନ୍ତି।

ସେ ଟ୍ବିଟ କରି ଲେଖିଛନ୍ତି, ‘ନିର୍ଭୟା କେସ। ତାରିଖ ପେ ତାରିଖ, ତାରିଖ ପେ ତାରିଖ, ତାରିଖ ପେ ତାରିଖ । ଦାମିନୀ ଏହା ଖରାପ କଥା ।’ ତାଙ୍କର ଏହି ଟ୍ବିଟର ଅନେକ ଲୋକ ବର୍ତ୍ତମାନ ସମର୍ଥନ କରିଛନ୍ତି । ସମସ୍ତେ ତାଙ୍କ ଏହି କଥାରେ ଏକମତ ।

ପ୍ରକାଶ ଥାଉକି ଋଷି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ଆଉ ସାମାଜିକ ପ୍ରସଙ୍ଗରେ ବିନ୍ଦାସ ଅନ୍ଦାଜରେ ନିଜ ପ୍ରତିକ୍ରିୟା ରଖନ୍ତି। ସେ ଗତ ବର୍ଷ ନ୍ୟୁୟର୍କରେ କ୍ୟାନ୍ସର ଚିକିତ୍ସା କରି ଫେରିଥିଲେ ।

ABOUT THE AUTHOR

...view details