ମୁମ୍ବାଇ: ବରିଷ୍ଠ ଅଭିନେତା ଋଷି କପୁର ଦୀର୍ଘ ସମୟରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ଆଉ ଋଷି ବର୍ତ୍ତମାନ ସୁସ୍ଥ ହେବା ସହ ଖୁବଶୀଘ୍ର ଭାରତ ଫେରିବେ ବୋଲି ନିକଟରେ କହିଥିଲେ । ଇତିମଧ୍ୟରେ ଋଷି ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ଲାଡଲୀ ସାରା ଅଲ୍ଲୀ ଖାନଙ୍କ ପ୍ରଶଂସା କରୁଥିବାର ଦେଖାଯାଉଛନ୍ତି ।
ସେ ସୋସିଆଲ ମିଡିଆରେ ସାରାଙ୍କ ପ୍ରଶଂସା କରିବା ସହ ତାଙ୍କ ଉଦାହରଣ ଦେଇ ଜଣାଇଛନ୍ତି ପ୍ରକୃତରେ ସେଲିବ୍ରିଟି କିପରି ବ୍ୟବହାର କରିବା କଥା । ତେବେ ଆସନ୍ତୁ ଜାଣିବା ଏହାର ବାସ୍ତବ କାରଣ...
କଥାଟି ହେଲା କି ମଙ୍ଗଳବାର ସାରା ଲକ୍ଷ୍ନୌରୁ ନିଜ ଟ୍ରିପ୍ ଶେଷ କରି ମୁମ୍ବାଇ ଫେରିଛନ୍ତି । ସେ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜର ଲଗେଜ ବିନା କାହାର ସାହାଯ୍ୟରେ ଧରି ବାହାରକୁ ବାହାରୁଥିବାର ଦେଖାଯାଉଛନ୍ତି ।
ସାରାଙ୍କ ଏପରି କାର୍ଯ୍ୟ ଦେଖି ଯେଉଁଠାରେ ଫ୍ୟାନ୍ସ ପୁଣି ତାଙ୍କ ଉପରେ ଫିଦା ହୋଇଯାଇଛନ୍ତି । ସେହିଠାରେ ଋଷି ମଧ୍ୟ ତାଙ୍କ ପ୍ରଶଂସା କରିବାରେ ଲାଗିପଡିଛନ୍ତି । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ ସାରା ସେଲିବ୍ରିଟି ହୋଇ ସାଧାରଣ ଲୋକଙ୍କ ପରି ଜୀବନଯାପନ କିପରି କରୁଛନ୍ତି।
ସାରାଙ୍କ ଏହି ଗୁଣ ଅନ୍ୟ ସେଲିବ୍ରିଟଙ୍କ ପାଇଁ ଉଦାହରଣ ବୋଲି କହି ଟ୍ବିଟରରେ ଋଷି ଲେଖିଛନ୍ତି, ‘‘ବାଃ ସାରା । ତୁମେ ଏକ ଉଦହାରଣ ସୃଷ୍ଟି କରିଛନ୍ତି କିପରି ସେଲିବ୍ରିଟି ଏୟାରପୋର୍ଟରେ ବ୍ୟବହାର କରିବା କଥା । ନିଜ ବ୍ୟାଗ ବୁହାଇବାରେ କୌଣସି କ୍ଷତି ନାହିଁ । କୌଣସି ଲୋକର ଆବଶ୍ୟକତା ନାହିଁ । ନା କୌଣସି କଳା ଚଷମା ନା ଏୟାରପୋର୍ଟ ଲୁକ । ଆପଣ ବିନା କୌଣସି ସୁରକ୍ଷାରେ ମଧ୍ୟ ସାହାସର କାମ କରୁଛ ତାହା ସମସ୍ତଙ୍କୁ ଦେଖାଇଛ । ’’
ପ୍ରକାଶ ଥାଉକି ନିକଟରେ ସାରା ଅଲ୍ଲୀ ଖାନ ଇମତିଆଜ ଅଲ୍ଲୀ ଖାନଙ୍କ ଅପକମିଂ ଫିଲ୍ମ ‘ଆଜ କଲ’ର ସୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମଟି ଇମତିଆଜଙ୍କ ପୂର୍ବ ଫିଲ୍ମ ‘ଲଭ ଆଜ କଲ’ର ସିକ୍ବେଲ ଫିଲ୍ମ। ଯେଉଁଥିରେ ସାରାଙ୍କ ସହ କ୍ୟୁଟ ଅଭିନେତା କାର୍ତ୍ତିକ ଆର୍ୟ୍ୟାନ୍ ନଜର ଆସିବେ ।