ମୁମ୍ବାଇ: ବଲିଉଡର କିମ୍ବଦନ୍ତୀ ଅଭିନେତା ଋଷି କପୁର ଏପ୍ରିଲ 30ରେ ଏହି ଦୁନିଆକୁ ଅଲବିଦା କହିଛନ୍ତି । ଲକଡାଉନ ପାଇଁ ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ ପରିବାର ସଦସ୍ୟଙ୍କ ସହ କିଛି ସେଲିବ୍ରିଟି ଏକାଠି ହୋଇଥିଲେ । କିନ୍ତୁ ବହୁ ସେଲିବ୍ରିଟି ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତେ ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ବର୍ତ୍ତମାନ କପୁର ପରିବାର ଋଷି କପୁରଙ୍କ ପାଇଁ ଏକ ପ୍ରାର୍ଥନା ସଭା ଆୟୋଜନ କରିଥିଲେ । ଏବେ ଏହି ପ୍ରାର୍ଥନା ସଭାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ପ୍ରାର୍ଥନା ସଭାର ଫଟୋରେ ଋଷିଙ୍କ ପତ୍ନୀ ନୀତୁ କପୁର ଏବଂ ପୁଅ ରଣବୀର କପୁର ଋଷି କପୁରଙ୍କ ଫଟୋ ନିକଟରେ ଦୁଃଖରେ ବସିଥିବାର ନଜର ଆସିଛନ୍ତି ।