ଓଡିଶା

odisha

ETV Bharat / sitara

ବର୍ଷିଆନ ଅଭିନେତା ଋଷିଙ୍କୁ ଝୁରୁଛି ବଲିଉଡ - ଋଷି କପୁରଙ୍କ ମୃତ୍ୟୁ ନ୍ୟୁଜ

ପ୍ରଖ୍ୟାତ ଅଭିନେତା ଋଷି କପୁରଙ୍କ ମୃତ୍ୟୁକୁ ଆଜି ପୁରିଛି ଠିକ ବର୍ଷେ । ତଥାପି ମୃତ୍ୟୁକୁ ସ୍ବୀକାର କରିପାରିନାହାଁନ୍ତି ଦର୍ଶକ। ଏବେବି ମନରେ ସାଇତି ରଖିଛନ୍ତି ତାଙ୍କ ଅଭିନୟ ଆଉ ଦମଦାର ଡାଇଲଗ....

ବର୍ଷିଆନ ଅଭିନେତା ଋଷିଙ୍କୁ ଝୁରୁଛି ବଲିଉଡ
ବର୍ଷିଆନ ଅଭିନେତା ଋଷିଙ୍କୁ ଝୁରୁଛି ବଲିଉଡ

By

Published : Apr 30, 2021, 9:24 AM IST

ମୁମ୍ବାଇ: ଇରଫାନ ଖାନଙ୍କ ମୃତ୍ୟୁର ଠିକ୍ ଗୋଟିଏ ଦିନ ପରେ ଆଖି ବୁଜିଥିଲେ ବଲିଉଡର ଚିଣ୍ଟୁ ଚାଚା ଆକା ଋଷି କପୁର । 2020 ଏପ୍ରିଲ 30ରେ ସେ ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଯାଇଥିଲେ । ଆଜି ତାଙ୍କ ମୃତ୍ୟୁକୁ ବର୍ଷେ ବିତିଗଲାଣି । ହେଲେ କାହା ମନରୁ ଯାଇନାହାଁନ୍ତି ସେ । କ୍ୟାନ୍ସର ଆକ୍ରନ୍ତ ଥିବା ଋଷି ନ୍ୟୁୟର୍କରେ ଚିକିତ୍ସିତ ମଧ୍ୟ ହୋଇଥିଲେ । ହେଲେ ଏହି ଯୁଦ୍ଧରେ ସେ ହାରିଯାଇଥିଲେ । ତେବେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଆସନ୍ତୁ ନଜର ପକାଇବା ତାଙ୍କ ଫିଲ୍ମ କାହାଣୀ ଉପରେ...

ବର୍ଷିଆନ ଅଭିନେତା ଋଷିଙ୍କୁ ଝୁରୁଛି ବଲିଉଡ

1952 ସେପ୍ଟେମ୍ବର 4ରେ ଜନ୍ମିତ ରଷି ଜଣେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଥିଲେ । ସେ ନିଜର ପ୍ରଥମ ଚଳଚ୍ଚିତ୍ର 'ମେରା ନାମ ଜୋକର' ପାଇଁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ମୁଖ୍ୟ ନାୟକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ବବି’ । ଯାହା ୧୯୭୩ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ନବାଗତ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ ।

ବର୍ଷିଆନ ଅଭିନେତା ଋଷିଙ୍କୁ ଝୁରୁଛି ବଲିଉଡ

୧୯୭୩ରୁ ୨୦୦୦ ମଧ୍ୟରେ ସେ ୯୨ଟି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଥିଲେ । ଏହି ଚରିତ୍ର ଗୁଡିକରେ ତାଙ୍କର ମୁଖ୍ୟତଃ ପ୍ରେମିକ ଚରିତ୍ର ଥିଲା ସବୁଠୁ ଶାନଦାର। ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ର ଗୁଡିକ ହେଲା ‘ଖେଲ ଖେଲ ମେଁ’, ‘କଭି କଭି’, ‘ଅମର ଆକବର ଆନ୍ଥୋନୀ’, ‘କର୍ଜ’, ‘ଚାନ୍ଦିନୀ’। ୨୦୦୦ ମସିହା ପରେ ସେ ପ୍ରେମିକ ଚରିତ୍ରର ବାହାରି କିଛି ଅନ୍ୟ ପ୍ରକାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ବର୍ଷିଆନ ଅଭିନେତା ଋଷିଙ୍କୁ ଝୁରୁଛି ବଲିଉଡ

ସେଗୁଡିକ ମଧ୍ୟରେ ‘ଲଭ ଆଜ କଲ’, ‘ଅଗ୍ନିପଥ’, ମୁଲ୍କ’, ‘ଦୋ ଦୁନି ଚାର’, ‘କପୁର ଆଣ୍ଡ ସନ୍ସ’ ଆଦି ଅନ୍ୟତମ । ‘ଦୋ ଦୁନି ଚାର’ ପାଇଁ ସେ ଫିଲ୍ମଫେୟାର କ୍ରିଟିକ୍ସ ସମ୍ମାନ, ‘କପୁର ଆଣ୍ଡ ସନ୍ସ’ ପାଇଁ ଫିଲ୍ମଫେୟାର ସହ ଅଭିନେତା ସମ୍ମାନ ପାଇଥିଲେ । ୨୦୦୮ରେ ତାଙ୍କୁ ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା । ମୁକ୍ତିଲାଭ କରିଥିବା ଋଷିଙ୍କର ଶେଷ ଚଳଚ୍ଚିତ୍ର ଥିଲା 'ଦ ବଡି' । ଯାହା ୨୦୧୯ରେ ରିଲିଜ ହୋଇଥିଲା ।

ବର୍ଷିଆନ ଅଭିନେତା ଋଷିଙ୍କୁ ଝୁରୁଛି ବଲିଉଡ

ଋଷି ତାଙ୍କ ପତ୍ନୀ ନୀତୁ ସିଂଙ୍କ ସହିତ ବହୁତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୨୦ ଏପ୍ରିଲ ୩୦ ତାରିଖରେ ଋଷି ଲିଉକେମିଆ ବ୍ୟାଧିରେ ପିଡିତ ହୋଇ ପ୍ରାଣ ହରାଇଥିଲେ । ଆଜି ବି ତାଙ୍କୁ ଫ୍ୟାନ୍ସଙ୍କ ଠୁ ନେଇ ପରିବାର ଲୋକେ ଝୁରୁଛନ୍ତି । ନୀତୁ ପ୍ରାୟତଃ ତାଙ୍କ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଇମୋସନାଲ କରିଦିଅନ୍ତି ।

ବର୍ଷିଆନ ଅଭିନେତା ଋଷିଙ୍କୁ ଝୁରୁଛି ବଲିଉଡ

ABOUT THE AUTHOR

...view details