ଓଡିଶା

odisha

ETV Bharat / sitara

ଘରକୁ ଫେରିବାକୁ ବ୍ୟାକୁଳ ଋଷି

ନ୍ୟୁୟର୍କରେ ବୋର ହୋଇ ଏବେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି ବିଶିଷ୍ଟ ଅଭିନେତା ଋଷି କପୁର । ଟ୍ବିଟରରେ ଜଣାଇଲେ ନିଜ ଦୁଃଖ ।

By

Published : May 31, 2019, 11:50 PM IST

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଋଷି କପୁର

ମୁମ୍ବାଇ: ଅଭିନେତା ଋଷି କପୁର ପାଖାପାଖି 8 ମାସ ହେବ ନ୍ୟୁୟର୍କରେ ନିଜର ଚିକିତ୍ସା କରାଉଛନ୍ତି । ଚିକିତ୍ସା ଆରମ୍ଭ ସମୟରେ କାହାରିକୁ ମଧ୍ୟ ଜଣାନଥିଲା ଯେ ବାସ୍ତବରେ ଋଷିଙ୍କୁ କଣ ହୋଇଛି ବୋଲି, କିନ୍ତୁ ନିକଟରେ ତାଙ୍କ ସମ୍ପର୍କୀୟ ଠାରୁ ଶୁଣିବାକୁ ମିଳିଥିଲା ଯେ ବର୍ତ୍ତମାନ ସେ କ୍ୟାନ୍ସରରୁ ମୁକ୍ତ ହୋଇଯାଇଛନ୍ତି । ଏହାପର ଠାରୁ ଫ୍ୟାନ୍ସ ତାଙ୍କ ଭାରତ ଫେରିବାକୁ ଅପେକ୍ଷା କରିବସିଛନ୍ତି, କିନ୍ତୁ ଏବେ ବି ତାଙ୍କ ଚିକିତ୍ସା ଚାଲିଛି । ଯାହା ପାଇଁ ସେ ଏଯାବତ ନ୍ୟୁୟର୍କରେ ଅଛନ୍ତି ।

ଇତିମଧ୍ୟରେ ଋଷି ସୋସିଆଲ ମିଡିଆରେ ଏକ ଇମୋଶନାଲ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ମଧ୍ୟ ଦୁଃଖି କରିଦେଇଛନ୍ତି । ସେ ମଧ୍ୟ ଘରକୁ ଫେରିବାକୁ ଚାହୁଁଛନ୍ତି । ଯାହା ତାଙ୍କ ଟ୍ବିଟର ପୋଷ୍ଟରୁ ଜଣାପଡୁଛି । ସେ ଟ୍ବିଟ କରି ଲେଖିଛନ୍ତି, " ଆଜି ନ୍ୟୁୟର୍କରେ ମତେ 8 ମାସ ପୂରଣ ହେଲା । ମୁଁ ଘରକୁ କେବେ ଫେରିବି ?"

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଋଷି କପୁର

ବର୍ତ୍ତମାନ ଋଷିଙ୍କ ଏହି ଟ୍ବିଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ସହ ସେଲିବ୍ରିଟିଜ ମଧ୍ୟ ଋଷିଙ୍କ ଟ୍ବିଟରେ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ।

କମେଡି ଅଭିନେତା ଅଲ୍ଲୀ ଅସଗର ଲେଖିଛନ୍ତି, "ଇଂଶା ଆଲ୍ଲାହ ଖୁବ୍ ଶୀଘ୍ର । ମୁଁ ଆପଣଙ୍କ ପାଇଁ ସବୁବେଳେ ପ୍ରାର୍ଥନା କରୁଛି । ଅନେକ ଅନେକ ସ୍ନେହ ।"

ସେହିଠାରେ ଫେମସ କବି କୁମାର ବିଶ୍ବାସ ଲେଖିଛନ୍ତି, "ସାୟା ରାତ ନେହିଂ ନାମ ଲେତେ ଢଲନେ କା, ଏହି ତୋ ବକ୍ତ ହେ ସୁରଜ ତେରେ ନିକଲନେ କା । ଶୀଘ୍ର ଠିକ୍ ହୋଇଯିବେ ଆପଣ ।"

For All Latest Updates

ABOUT THE AUTHOR

...view details