ଓଡିଶା

odisha

ETV Bharat / sitara

RIP Bappi Lahiri: ଡିସ୍କୋ କିଙ୍ଗକୁ ସେଲିବ୍ରିଟିଙ୍କ ଶ୍ରଦ୍ଧାଞ୍ଜଳି

ଆଖି ବୁଜିଛନ୍ତି ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି। ତାଙ୍କ ଦେହାନ୍ତରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି । ଅକ୍ଷୟଙ୍କଠାରୁ ଆରମ୍ଭ କରି ଅଜୟ ଦେବଗନଙ୍କ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ

By

Published : Feb 16, 2022, 1:32 PM IST

ଡିସ୍କୋ କିଙ୍ଗକୁ ଶ୍ରଦ୍ଧାଞ୍ଜଳି ଦେଲେ ସେଲିବ୍ରିଟି
ଡିସ୍କୋ କିଙ୍ଗକୁ ଶ୍ରଦ୍ଧାଞ୍ଜଳି ଦେଲେ ସେଲିବ୍ରିଟି

ହାଇଦ୍ରାବାଦ:ଆଉ ନାହାନ୍ତିବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି। ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଭାରତୀୟ ସିନେପ୍ରେମୀଙ୍କ ମଧ୍ୟରେ ଡିସ୍କୋ କିଙ୍ଗ ଭାବେ ପରିଚିତ ବାପି ଲାହିରି ଅନେକ ଲୋକପ୍ରିୟ ଗୀତ ଭେଟି ଦେବା ସହ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ମୁଖ୍ୟତଃ ୮୦ ଓ ୯୦ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’। ସୁପରହିଟ୍‌ ଫିଲ୍ମ ‘ଚଲତେ ଚଲତେ’, ‘ଡିସ୍କୋ ଡ୍ୟାନ୍ସର’, ‘ଶରାବୀ’ ଓ ‘ନମକ ହଲାଲ’ ଭଳି ଫିଲ୍ମରେ ମ୍ୟୁଜିକ ଦେଇ ବେଶ୍‌ ଲୋକପ୍ରିୟତା ସାଉଣ୍ଟିଥିଲେ ବାପି ଦା’। ଆଜି ତାଙ୍କ ଦେହାନ୍ତରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି । ଅକ୍ଷୟଙ୍କଠାରୁ ଆରମ୍ଭ କରି ଅଜୟ ଦେବଗନଙ୍କ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେ ସର୍ବଦା କିମ୍ବଦନ୍ତୀ ରହିବେ

ବାପି ଲାହିରିଙ୍କ ଦେହାନ୍ତ ଖବର ପାଇ ଗାୟକ ତଥା ସଙ୍ଗୀତକାର ବିଶାଲ ଦଦଲାନି ଚକିତ ହୋଇଯାଇଛନ୍ତି । ବିଶାଲ ସା ରେ ଗା ମା ପା ସେଟରୁ ଲାହିରିଙ୍କ ସହ ଏକ ପୁରୁଣା ଫଟୋ ସେୟାର କରି ଲେଖିଛନ୍ତି, ମୁଁ ଏକ ପାରସ୍ପରିକ ପ୍ରେମ ଏବଂ ସମ୍ମାନ ସେୟାର କରିଛି ଏବଂ ମୁଁ କୃତଜ୍ଞ ଯେ ବିଶାଲ-ଶେଖର ପ୍ରଥମ ସଂଗୀତକାର ଥିଲେ, ଯାହାକୁ ସେ ତାଙ୍କ ଗୀତକୁ ବାହାରେ ଗାଇଥିଲେ।

ହିନ୍ଦୀ ସିନେମାର ଡିସ୍କୋ କିଙ୍ଗ ବାପି ଲାହିରି

ଭେଟେରାନ୍ ସଙ୍ଗୀତକାର ତଥା ଗାୟକ ବାପି ଲାହିରିଙ୍କ ଦେହାନ୍ତରେ ଖ୍ୟାତନାମା ସଙ୍ଗୀତ ନିର୍ଦେଶକ ଏଆର୍ ରହମାନ୍ ସମବେଦନା ଜଣାଇଛନ୍ତି । ରହମାନ ଟ୍ବିଟ୍ କରି କହିଛନ୍ତି, "# RIPBappida ... ହିନ୍ଦୀ ସିନେମାର ଡିସ୍କୋ କିଙ୍ଗ ବାପି ଲାହିରି।"

ଆଜି ଆମେ ଆଉ ଏକ ରତ୍ନ ହରାଇଲୁ

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ବାପି ଲାହିରିଙ୍କୁ ସଙ୍ଗୀତ ମାଧ୍ୟମରେ ଆଣିଥିବା ସମସ୍ତ ଖୁସି ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି । ଅକ୍ଷୟ ଟ୍ବିଟ୍ କରି କହିଛନ୍ତି, “ଆଜି ଆମେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଆଉ ଏକ ରତ୍ନ ହରାଇଲୁ… ବାପି ଦା, ତୁମର ସ୍ବର ମୋ ସମେତ ଲକ୍ଷ ଲକ୍ଷ ଲୋକଙ୍କ ନାଚିବାର ଏକ କାରଣ ଥିଲା । ଆପଣ ନିଜ ସଂଗୀତ ମାଧ୍ୟମରେ ଯେଉଁ ବି ଖୁସି ଆମ ଭିତରେ ଆଣିଛନ୍ତି, ସେଥିପାଇଁ ଧନ୍ୟବାଦ । ପରିବାର ପ୍ରତି ମୋର ହୃଦୟରୁ ସମବେଦନା । ଶାନ୍ତି। "

ଏହା ବି ପଢନ୍ତୁ: ଆଉ ନାହାନ୍ତି ଲୋକପ୍ରିୟ ଗାୟକ ବାପି ଲାହିରି

ବାପି ଦା ବ୍ୟକ୍ତିଗତ ଭାବେ ବହୁତ ଭଲ ଥିଲେ

ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ଇନଷ୍ଟାରେ ପୋଷ୍ଟ କରିଛନ୍ତି, ବାପି ଦା ବ୍ୟକ୍ତିଗତ ଭାବେ ବହୁତ ଭଲ ଥିଲେ । କିନ୍ତୁ, ତାଙ୍କ ସଙ୍ଗୀତର ଏକ ଧାର ଥିଲା । ସେଡିସ୍କୋ ଡାନ୍ସର୍ ସହିତ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତରେ ଏକ ସମସାମୟିକ ଶୈଳୀକୁ ପରିଚିତ କରାଇଥିଲେ । ଓମ୍‌ ଶାନ୍ତି।

ବାପି ଦା ସହିତ ମୋର ବହୁତ ଭଲ ସମ୍ପର୍କ ଥିଲା

ଭେଟେରାନ୍ ଅଭିନେତା ଚିରଞ୍ଜୀବି କିମ୍ବଦନ୍ତୀ ସହିତ ଏକ ଥ୍ରୋବ୍ୟାକ୍ ପୋଷ୍ଟ କରି ଲେଖିଛନ୍ତି, କିମ୍ବଦନ୍ତୀ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ବାପି ଦା ସହିତ ମୋର ବହୁତ ଭଲ ସମ୍ପର୍କ ଥିଲା । ସେ ମୋ ପାଇଁ ଅନେକ ଚାର୍ଟବଷ୍ଟର ଦେଇଥିଲେ, ଯାହା ମୋ ଚଳଚ୍ଚିତ୍ରର ଲୋକପ୍ରିୟତା ପାଇଁ ବହୁତ ଯୋଗଦାନ ଦେଇଥିଲା । ତାଙ୍କର ଅନନ୍ୟ ଶୈଳୀ, ଜୀବନ ଏବଂ ତାଙ୍କର ମହାନ୍ ଉତ୍ସାହ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ ଯାହା ତାଙ୍କ ସଙ୍ଗୀତରେ ପ୍ରତିଫଳିତ ହୋଇଥାଏ । ତାଙ୍କର ସମସ୍ତ ନିକଟତମ ଏବଂ ପ୍ରିୟଜନଙ୍କୁ ମୋର ହୃଦୟରୁ ସମବେଦନା ।

ଏହା ବି ପଢନ୍ତୁ: Bappi Lahiri Demise: ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀଙ୍କ ଶୋକ ପ୍ରକାଶ

ମୋତେ ସ୍ନେହରେ ଡାକୁଥିଲେ

ବିଦ୍ୟା ବାଲାନ୍ ଲେଖିଛନ୍ତି, ମୁଁ ଚାହୁଁଛି ଆପଣ ଯେଉଁଆଡେ ବି ଯାଆନ୍ତୁ ବାପି ଦା, କାରଣ ଆପଣ ଆପଣଙ୍କ ସଙ୍ଗୀତ ଏବଂ ଆପଣଙ୍କ ଅସ୍ତିତ୍ବ ମାଧ୍ୟମରେ ଦୁନିଆକୁ ଆଣିଛନ୍ତି । ସର୍ବଦା ଭଲ ପାଓ, ବିଦ୍ୟା (ଯେମିତି ଆପଣ ମୋତେ ସ୍ନେହରେ ଡାକୁଥିଲେ) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details