ମୁମ୍ବାଇ: ହଲିଉଡ ତାରକା ରିହାନା ମଙ୍ଗଳବାର ଦିନ ଟ୍ବିଟ୍ କରି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପଚାରିଛନ୍ତି, ଆମେ କାହିଁକି ଏ ବିଷୟରେ କଥାବାର୍ତ୍ତା କରୁନାହୁଁ?
ପପ୍ ଗାୟିକା ତଥା ହଲିଉଡ ଅଭିନେତ୍ରୀ ରିହାନାଙ୍କ ଟ୍ବିଟରରେ 100 ମିଲିୟନରୁ ଅଧିକ ଫର୍ଲୋୟସ ଅଛନ୍ତି । ସେ 'ପିଲ୍ଜ ଡୋଣ୍ଟ ଷ୍ଟପ ଦ ମ୍ୟୁଜିକ', 'ଆଇ ଲଙ ୟୁ ଦ ଓ୍ବେ ୟୁ ଲାୟେ', 'ଅମ୍ବେରେଲା' ଗୀତ ପାଇଁ ବେଶ୍ ଜଣାଶୁଣା । ତାଙ୍କୁ 'ବ୍ୟାଟେଲସିପ୍' ଏବଂ 'ଅସେନ' ଭଳି ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଛି ।
ମଙ୍ଗଳବାର ରାତି 10 ଟା ସୁଦ୍ଧା ତାଙ୍କ ଟ୍ବିଟରେ 28.8 ହଜାର ରିଟ୍ବିଟ, ଏବଂ 63.6 ହଜାର ଲାଇକ ମିଳିଛି । ବହୁ ୟୁର୍ଜସ ତାଙ୍କ ବୟାନକୁ ସମର୍ଥନ କରିଛନ୍ତି ।