ଓଡିଶା

odisha

ETV Bharat / sitara

ରଣବୀର-ଆଲିୟାଙ୍କ ରିଲେସନଶିପ ଉପରେ ପ୍ରତିକ୍ରିୟା ଦେଲେ ଭଉଣୀ ରିଦ୍ଧିମା - ଚର୍ଚ୍ଚାରେ ଋଷି କପୁର ଓ ନୀତୁ କପୁରଙ୍କ ଲାଡଲୀ ରିଦ୍ଧିମା

ଚର୍ଚ୍ଚାରେ ଋଷି କପୁର ଓ ନୀତୁ କପୁରଙ୍କ ଲାଡଲୀ ରିଦ୍ଧିମା । ଏଥର ସେ କୌଣସି ପୋଷ୍ଟ କରିକି ନୁହେଁ ବରଂ ଭାଇ ରଣବୀରଙ୍କ ଉପରେ ବୟାନ ଦେଇ ଚର୍ଚ୍ଚାରେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Aug 18, 2020, 2:38 PM IST

ମୁମ୍ବାଇ: ରଣବୀର କପୁର ଓ ଆଲିୟା ଭଟ୍ଟ ଦୁଇ ବର୍ଷରୁ ପରସ୍ପରକୁ ଡେଟ କରୁଛନ୍ତି । ଏହି ଲଭବାର୍ଡ ବଲିଉଡର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ । ହେଲେ ଏବେ ରଣବୀରଙ୍କ ଭଉଣୀ ରିଦ୍ଧିମା କପୁର ଦୁଇଜଣଙ୍କ ରିଲେସନଶିପ ଉପରେ ବୟାନ ଦେଇ ଚର୍ଚ୍ଚାରେ । ସେ ନିକଟରେ ଭାଇଙ୍କ ପାଇଁ ଖୁସି ଜାହିର କରିଥିଲେ।

ଏକ ସାକ୍ଷାତକାରରେ ଯୋଗ ଦେଇଥିବା ରିଦ୍ଧିମାଙ୍କୁ ଯେତେବେଳେ ରଣବୀର ଓ ଆଲିୟାଙ୍କ ବିଷୟରେ ପଚରାଗଲା । ସେ ଜବାବରେ କହିଥିଲେ, ‘ମୁଁ କଣ କହିପାରିବି । ମୁଁ ଖୁସି ଅଛି ଯଦି ମୋ ଭାଇ ଖୁସିରେ ଅଛନ୍ତି । ମୁଁ ଭାଇକୁ ନେଇ ବହୁତ ଖୁସି ରହୁଛି । ସେ ଆଲିୟାଙ୍କ ସହ ରିଲେସନଶିପରେ ଶାନ୍ତିରେ ଅଛନ୍ତି ତେବେ ମୋର କୌଣସି ଅସୁବିଧା ନାହିଁ।’

ପ୍ରକାଶ ଥାଉକି ରିଦ୍ଧିମା ପିତା ଅଭିନେତା ଋଷିଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି । ସେ ପ୍ରାୟତଃ ପିତାଙ୍କ ସହ ସମ୍ପୃକ୍ତଥିବା ଫଟୋ, ଭିଡିଓ ସେୟାର କରି ଭାବବିହ୍ବଳ ପୋଷ୍ଟ ଲେଖୁଥିବାର ନଜର ଆସନ୍ତି । ଗତ ଏପ୍ରିଲ 30 ତାରିଖରେ ଋଷିଙ୍କ ଦେହାନ୍ତ ହୋଇଥିଲା । ସେ ଦୀର୍ଘ ସମୟରୁ କ୍ୟାନ୍ସର ରୋଗରେ ଆକ୍ରାନ୍ତ ଥିଲେ।

ABOUT THE AUTHOR

...view details