ଓଡିଶା

odisha

ETV Bharat / sitara

ରିଚାଙ୍କ ମଜାଦାର ଭିଡିଓ, ହସିହସି ବେହାଲ ଫ୍ୟାନ୍ସ

ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ରିଚା ଏବେ ଟ୍ବିଟରରେ ଗୋଟିଏ ମସ୍ତିଭରା ଭିଡିଓ ସେୟାର କରିଛନ୍ତି । ଯାହାକୁ ଦେଖି ହସିବାରେ ଲାଗିଛନ୍ତି ଫ୍ୟାନ୍ସ ।

By

Published : Jul 19, 2019, 10:37 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିତା ଚଡ୍ଡା

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡା ନିଜ ଅଭିନୟ ଜରିଆରେ ଫ୍ୟାନ୍ସଙ୍କୁ ଦିୱାନା କରିବା ସହ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରି ଚର୍ଚ୍ଚାରେ ରୁହନ୍ତି । ସେ ଖୁବଶୀଘ୍ର କଙ୍ଗନା ରଣାୱତଙ୍କ ସହ 'ପଙ୍ଗା' ଫିଲ୍ମରେ କବାଡି ଖେଳୁଥିବା ନଜର ଆସିବେ । କାରଣ ଏହି ଫିଲ୍ମଟି କବାଡି ଉପରେ ଆଧାରିତ । ଯାହାର ସୁଟିଂରେ ଜୋରୋସୋରେ ଲାଗିଛନ୍ତି ଷ୍ଟାରକାଷ୍ଟ । ଦର୍ଶକ ମଧ୍ୟ ପରଦାରେ ରିଚା ଓ କଙ୍ଗନାଙ୍କୁ ଏକାଠି ଦେଖିବାକୁ ପାଇବେ ।

ଫଟୋ ସୌଜନ୍ୟ: ଟ୍ବିଟର@ରିତା ଚଡ୍ଡା

ଗୁରୁବାର ରିଚା ଟ୍ବିଟରରେ ଏକ ଭିଡିଓ ସେୟାର କରି ପୁଣି ଚର୍ଚ୍ଚାରେ । ଭିଡିଓଟି ଦେଖିବାକୁ ଆଶ୍ଚର୍ଯ୍ୟଜନକ ତଥାପି ଫ୍ୟାନ୍ସଙ୍କୁ ଏହା ଖୁବ ମଜଦାର ଲାଗିବା ସହ ଆକର୍ଷିତ ମଧ୍ୟ କରୁଛି ।

ରିଚାଙ୍କ ଏହି ମଜାଦାର ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ଶାଢୀ ପିନ୍ଧି କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ପଡିଆରେ ଦୌଡୁଛନ୍ତି । ଖାଲି ଏତିକି ସେହି ମହିଳା ଜଣଙ୍କ ବ୍ୟାଟିଂ କରୁଥିବା କ୍ରିକେଟରକୁ କିସ କରୁଥିବାର ନଜର ଆସୁଛନ୍ତି ।

ଅନ୍ୟପଟେ ସେହି ମହିଳାଙ୍କୁ ରୋକିବା ପାଇଁ ତାଙ୍କ ପଛରେ ଗାର୍ଡ ମଧ୍ୟ ଦୌଡୁଛନ୍ତି । କିନ୍ତୁ ସେ କାହାକୁ ନଡରି ପଡିଆକୁ ଓହ୍ଲାଇ କ୍ରିକେଟରଙ୍କୁ କିସ କରିନେଇଛନ୍ତି । ଭିଡିଓ କ୍ୟାପସନରେ ରିଚା 'WOW' ଲେଖିଛନ୍ତି ।

ABOUT THE AUTHOR

...view details