ମୁମ୍ବାଇ: ବଲିଉଡରେ ଅନେକ ଅଭିନେତ୍ରୀ ଏମିତି ଅଛନ୍ତି, ଯିଏ ଫିଲ୍ମରେ ସକ୍ରିୟ ହେବା ସହ ଦେଶର ସବୁ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ମଧ୍ୟ ଦିଅନ୍ତି । ଆଉ କେବେ କେବେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାର ରୁହନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଅଭିନେତ୍ରୀ ରିଚା ଚଡ୍ଡା । ସେ ଯେକୌଣସି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ଦେବାକୁ ଆଦୌ ଭୁଲନ୍ତି ନାହିଁ । ଇତିମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତରେ ଲେସ୍ କ୍ୟାସ୍ ଇକୋନୋମି କରିବା କଥା ଉପରେ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ।
ମୋଦିଙ୍କ ଲେସ କ୍ୟାସ୍ ଇକୋନୋମି ଉପରେ ରିଚାଙ୍କ ପ୍ରତିକ୍ରିୟା - ପିଏମ ମୋଦିଙ୍କ କ୍ୟାସ୍ ଲେସ୍ ଇକୋନମି ବୟାନ
ପିଏମ ମୋଦିଙ୍କ ଡିଜିଟାଲ ଟେକ୍ନୋଲୋଜି ଲାଭ ଉପରେ କମେଣ୍ଟ ଦେଇ ଚର୍ଚ୍ଚାରେ ଅଭିନେତ୍ରୀ ରିଚା । ଅଧିକ ପଢନ୍ତୁ...
ପିଏମ ମୋଦି ବୁଧବାର ନାସକମ୍ ଟେକ୍ନୋଲୋଜି ଏବଂ ଲିଡରସିପ୍ ଫୋରମକୁ ସମ୍ବୋଧିତ କରିଛନ୍ତି । ଡିଜିଟାଲ ଟେକ୍ନୋଲୋଜିର ଲାଭ ବିଷୟରେ ଉଲ୍ଲେଖ କରି ମୋଦି କହିଥିଲେ, ‘ଡିଜିଟାଲ ଟେକ୍ନୋଲୋଜିର ଉନ୍ନତି ଦ୍ବାରା କଳା ଟଙ୍କା ସମସ୍ୟା ହ୍ରାସ ପାଇଛି। ଲୋକେ ବର୍ତ୍ତମାନ ଅଧିକ ଶକ୍ତିଶାଳୀ ହେଉଛନ୍ତି | ଅଳ୍ପ ସମୟ ମଧ୍ୟରେ, ଆମେ ଏକ ନଗଦ ଭିତ୍ତିକ ଅର୍ଥନୀତିରୁ କମ୍ ନଗଦ ଅର୍ଥନୀତିକୁ ଯାଉଛୁ ।’
ମୋଦିଙ୍କ ଏହି କଥାକୁ ଆଧାର କରି ରିଚା ଟ୍ବିଟରେ ଲେଖିଛନ୍ତି, ‘ଏହା ଅତ୍ୟନ୍ତ ସଚ୍ଚୋଟ ସ୍ବୀକାର । ନଗଦ ପ୍ରକୃତରେ କମ୍ ।’ ଖାଲି ଏତିକି ନୁହେଁ ରିଚା ଟ୍ବିଟ କରିବା ସହ ଏକ ଜିଆଇଏଫ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଖାଲି ମନି ପର୍ସ ଦେଖିବାକୁ ମିଳୁଛି । ସେପଟେ ରିଚାଙ୍କ ଏହି ପ୍ରତିକ୍ରିୟାରେ ପ୍ରଶଂସକ ମଧ୍ୟ କମେଣ୍ଟ କରିଛନ୍ତି ।