ଓଡିଶା

odisha

ETV Bharat / sitara

ନଭେମ୍ବରରେ ରିଆଙ୍କୁ ବିବାହ କରିଥାନ୍ତେ ସୁଶାନ୍ତ ! - ନଭେମ୍ବରରେ ରିଆଙ୍କୁ ବିବାହ

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ସମସ୍ତେ ତାଙ୍କ ମୃତ୍ୟୁର କାରଣ ନେଇ କଳ୍ପନା କରୁଛନ୍ତି । ଏହି ସମୟରେ ଜଣାଯାଡିଛି ଯେ, ରିଆ ଏବଂ ସୁଶାନ୍ତ ବର୍ଷ ଶେଷରେ ବିବାହ କରିବାକୁ ଯାଉଥିଲେ । ଯାହାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିଲା । ସୁଶାନ୍ତ ଏବଂ ରିଆଙ୍କ ବିବାହ ଖବର ରିଆଙ୍କ ପ୍ରପଟି ଡିଲରଙ୍କ ଦ୍ବାରା ନିଶ୍ଟିତ ହୋଇଛି । ଅଧିକ ପଢନ୍ତୁ...

rhea chakrabortys property agent revealed that she had confirmed her wedding to sushant singh rajput
ନଭେମ୍ବରରେ ରିଆଙ୍କୁ ବିବାହ କରିଥାନ୍ତେ ସୁଶାନ୍ତ !

By

Published : Jun 18, 2020, 8:38 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ହଠାତ୍ ଏହି ଦୁନିଆ ଛାଡି ଚାଲିଯିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି ଯେ, ସୁଶାନ୍ତ କାହିଁକି ଏମିତି କଲେ?

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କେତେକ କଳ୍ପନା କରୁଛନ୍ତି ଯେ, ସୁଶାନ୍ତ ତାଙ୍କ ବୃତ୍ତିଗତ କ୍ୟାରିଅର ପାଇଁ ଚିନ୍ତିତ ଥିଲେ । ଆଉ କେତେକ କଳ୍ପନା କରୁଛନ୍ତି ଯେ, ତାଙ୍କର କଥିତ ଗର୍ଲଫ୍ରେଣ୍ତ ରିଆ ଚକ୍ରବର୍ତ୍ତୀଙ୍କ ସହିତ ତାଙ୍କର ବିବାଦ ଚାଲିଥିଲା ।

ସୁଶାନ୍ତ ଚାଲିଯିବା ମାତ୍ରେ ତାଙ୍କ ଜୀବନ ସହ ଜଡିତ ଅନେକ ସତ୍ୟ ଖବର ସାମ୍ନାକୁ ଆସୁଛି । ଏହି ସମୟରେ, ସୁଶାନ୍ତଙ୍କ ଗର୍ଲଫ୍ରେଣ୍ତ ରିଆ ଚକ୍ରବର୍ତ୍ତୀଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି ।

ବାସ୍ତବରେ, ରିଆଙ୍କ ପ୍ରପଟି ଡିଲର ପ୍ରକାଶ କରିଛନ୍ତି ଯେ, ସୁଶାନ୍ତ ଏବଂ ରିଆ ଏକାଠି ଘର ଖୋଜୁଥିଲେ ଏବଂ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଥିଲେ । ମୁଁ ଏହାଠାରୁ ଅଧିକ କିଛି ଜାଣେ ନାହିଁ ।

ସୁଶାନ୍ତଙ୍କ ଭଡା ଘର ବିଷୟରେ ପଚରାଯିବାରୁ ପ୍ରପଟି ଡିଲର କହିଛନ୍ତି, ନା, ଭଡା ଘରର କୌଣସି ସମସ୍ୟା ନଥିଲା । ସୁଶାନ୍ତଙ୍କର ଲେଟ ନାଇଟ ପାର୍ଟିର ସମସ୍ୟା ଥିଲା । ଏହା ପୂର୍ବରୁ ସୁଶାନ୍ତ ଯେଉଁଠାରେ ରହୁଥିଲେ ସେଠାର ଲୋକ ମଧ୍ୟ ତାଙ୍କର ଲେଟ ନାଇଟ ପାର୍ଟିକୁ ନେଇ ଅଭିଯୋଗ କରିଥିଲେ । ଶେଷରେ ପ୍ରପଟି ଡିଲର କହିଛନ୍ତି, ରିଆ ମୋତେ କହିଥିଲେ ଯେ ମୁଁ ବାନ୍ଦ୍ରା ଘରେ ଦେଖୁଛି ଏବଂ ସୁଶାନ୍ତଙ୍କ ସହ ରହିବି ଏବଂ ଆମେ ଶୀଘ୍ର ବିବାହ କରିବୁ ।

ଏଥିସହ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ରବିବାର ଦିନ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ଯେ, ଏହି ନଭେମ୍ବରରେ ସୁଶାନ୍ତ ବିବାହ କରିବାକୁ ଯାଉଛନ୍ତି, ଯାହାର ପ୍ରସ୍ତୁତି ଚାଲିଥିଲା ।

ପ୍ରକାଶ ଥାଉ କି, ସୁଶାନ୍ତଙ୍କ ମୃତ୍ୟୁ ପରେ ରିଆ ମଧ୍ୟ ତାଙ୍କୁ ଦେଖିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ । ରିଆ ଏବଂ ସୁଶାନ୍ତଙ୍କ ଏକାସାଙ୍ଗରେ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ।

ABOUT THE AUTHOR

...view details