ନୂଆଦିଲ୍ଲୀ: ଗତ ବର୍ଷଠୁ ସମସ୍ୟା ଘେରରେ ରହିଆସୁଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ତାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଅଭିଯୋଗ ତାଙ୍କ ଉପରେ ଲାଗିବା ସହ ବଲିଉଡ ଡ୍ରଗ୍ସ ମାମଲାରେ ମଧ୍ୟ ତାଙ୍କ ନାଁ ଆସିସାରିଛି । ଯାହା ପାଇଁ ତାଙ୍କୁ ଏକ ମାସ ଜେଲରେ ମଧ୍ୟ ରହିବାକୁ ପଡିଥିଲା । ହେଲେ ଏବେ ଧିରେ ଧିରେ ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା ଚଳାଇଛନ୍ତି ସେ । ଆଉ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ହୋଇଗଲେଣି ।
ଏବେ ରିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି ଏକ ପୋଷ୍ଟ ସେୟାର କରିଛନ୍ତି, ଯାହାକୁ ନେଇ ସେ ପୁଣି ଥରେ ଚର୍ଚ୍ଚାରେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି ।