ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ମାମଲା ରୁଜୁ ପରେ ବିବ୍ରତ ହୋଇପଡିଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ପ୍ରଥମ ଥର ପାଇଁ ରିଆ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାକୁ ନେଇ ଏକ ଭିଡିଓ ଜାରି କରିବା ସହ ନ୍ୟାୟ ଉପରେ ବିଶ୍ବାସ ରହିଥିବା ବେଳେ ସତ୍ୟର ବିଜୟ ହେବ ବୋଲି କହିଛନ୍ତି ସେ ।
ଭିଡିଓରେ ରିଆ କହିଛନ୍ତି ଯେ ମୋତେ ଭଗବାନ ଓ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି । ସତ୍ୟ ନିଶ୍ଚିତ ସାମ୍ନାକୁ ଆସିବ । ଗଣମାଧ୍ୟମରେ ମୋ ବିରୁଦ୍ଧରେ ଅନେକ ଆଲୋଚନା ହେଉଛି । ହେଲେ ଆଇନଜୀବୀଙ୍କ ପରାମର୍ଶରେ କୌଣସି ଟିପ୍ପଣୀ ରଖୁନାହିଁ । ମାମଲା ଏବେ ବିଚାରାଧୀନ ରହିଛି । ଏହାସହ ସେ ଶେଷରେ ରିଆ 'ସତ୍ୟମେବ ଜୟତେ' ବୋଲି କହିଛନ୍ତି ।