ଓଡିଶା

odisha

ETV Bharat / sitara

ରିୟା ଗିରଫ, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #JusticeForRhea - ଡ୍ରଗ୍ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ହେଲେ ଏହାର କିଛି ମିନିଟ୍ ପରେ ସୋସିଆଲ ମିଡିଆରେ “ସ୍ମାମସ ପାଟ୍ରିଆର୍ଚି” ଛାଇଯାଇଥିଲା। ଏବଂ # ଜଷ୍ଟିସ୍ ଫର ରିହା ଏକାସାଙ୍ଗରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା।

ରିୟା ଗିରଫ, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #JusticeForRhea
ରିୟା ଗିରଫ, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #JusticeForRhea

By

Published : Sep 9, 2020, 8:45 AM IST

Updated : Sep 9, 2020, 8:50 AM IST

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ହେଲେ ଏହାର କିଛି ମିନିଟ୍ ପରେ ସୋସିଆଲ ମିଡିଆରେ “ସ୍ମାମସ ପାର୍ଟିଆର୍ଚି” ବା ବଳଶାଳୀଙ୍କ ପ୍ରଭାବକୁ ଧ୍ବସଂ କରିବା ଉପରେ ଏକ ଟ୍ୟାଗ୍ ଛାଇଯାଇଥିଲା। ଏବଂ # ଜଷ୍ଟିସ୍ ଫର ରିହା ଏକାସାଙ୍ଗରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା।

ଏହାସହ ମଙ୍ଗଳବାର ରିୟା ପିନ୍ଧିଥିବା ଟି-ସାର୍ଟକୁ ମଧ୍ୟ ଭାଇରାଲ କରାଯାଇଛି। ବିଦ୍ୟା ବାଲାନ, ସୋନମ କପୁର, ଜୋୟା ଅଖତର, ଶ୍ୱେତା ବଚ୍ଚନ ନନ୍ଦା, ଶିବାନୀ ଦାଣ୍ଡେକର, ଦିଆ ମିର୍ଜା ଏବଂ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଏହି ଟ୍ୟାଗକୁ ସେୟାର କରିଥିଲେ।

ତେବେ ରିୟାଙ୍କ ସାର୍ଟରେ ଲେଖାଯାଇଥିଲା, Roses are red, violets are blue, let's smash patriarchy, me and you,"

ରିୟା ଗିରଫ, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #JusticeForRhea

ସେଲିବ୍ରିଟିମାନେ ଏହାକୁ ନିଜ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିବା ସହ ବଲିଉଡରେ ଏହା ପବନ ଗତିରେ ଖେଳି ଯାଇଥିଲା। ଏବଂ କେତେକ ମଧ୍ୟ ରିୟାଙ୍କ ପାଇଁ ନ୍ୟାୟ ଲୋଡିଥିଲେ।

ସୂଚନା ଅନୁସାରେ, ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ରିୟାଙ୍କ ସମ୍ପର୍କ ଥିଲା। ତେବେ ଜୁନ୍ 14 ରେ ମୁମ୍ବାଇସ୍ଥିତ ବାନ୍ଦ୍ରା ବାସଭବନରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସାଜିଛନ୍ତି ରିୟା।

ରିୟା ଗିରଫ, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #JusticeForRhea

ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହେଲେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅନୁସନ୍ଧାନ କରୁଛି ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ସମ୍ପୃକ୍ତ ଅର୍ଥ ହେରଫେର ମାମଲା ଯାଞ୍ଚ କରାଯାଉଛି।

ଏହି ସମୟରେ, ରିୟାଙ୍କ ଫୋନ୍ ଚାଟ୍ ଏହି ମାମଲାରେ ଡ୍ରଗ୍ ଷଡଯନ୍ତ୍ର ସମ୍ପର୍କରେ ପ୍ରକାଶ ପାଇବା ପରେ ଏନସିବି ଯାଞ୍ଚ ଆରମ୍ଭ କରିଥିଲା। ଏନସିବି ତାଙ୍କ ଭାଇ ସୌୟିକ୍ ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ଘନିଷ୍ଠ ସହଯୋଗୀ ସାମୁଏଲ୍ ମିରାଣ୍ଡା ଏବଂ ଦୀପେଶ ସାୱନ୍ତଙ୍କୁ ମଧ୍ୟ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ରିୟାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

Last Updated : Sep 9, 2020, 8:50 AM IST

ABOUT THE AUTHOR

...view details