ମୁମ୍ବାଇ: ଏନସିବି ଦ୍ବାରା ଦାଏର ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଏବଂ ଅନ୍ୟ ଚାରିଜଣଙ୍କ ଜାମିନ ଆବେଦନକୁ ଶୁକ୍ରବାର ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଖାରଜ କରିଦେଇଛନ୍ତି । ରିଆଙ୍କ ଓକିଲ ସତୀଶ ମାନାସିନ୍ଦେ ଏହି ସୂଚନା ଦେଇଛନ୍ତି ।
ଏଥିସହ ସତୀଶ କହିଛନ୍ତି ଯେ, ସମସ୍ତ ଛଅ ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାକୁ ସେ ଆସନ୍ତା ସପ୍ତାହରେ ବମ୍ବେ ହାଇକୋର୍ଟଙ୍କ ନିକଟକୁ ଯିବେ ।