ନୂଆଦିଲ୍ଲୀ : ବୁଧବାର ବଲିଉଡ ଇଣ୍ଡଷ୍ଟ୍ରିର ଭେଟେରାନ କଳାକାର ଅଶୁତୋଷ ରାଣା ନିଜର 53 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବଲିଉଡ ସେଲିବ୍ରିଟି ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
ଏହି ଦିନକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ଆଶୁତୋଷଙ୍କ ପତ୍ନୀ ତଥା ଅଭିନେତ୍ରୀ ରେଣୁକା ଶାହାନେ ମଧ୍ୟ ଏହି ବିଶେଷ ଉତ୍ସବରେ ସ୍ବାମୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ଭାବପ୍ରବଣ ନୋଟ୍ ମଧ୍ୟ ଲେଖିଛନ୍ତି ।
ଆଶୁତୋଷଙ୍କ ଜନ୍ମଦିନ ଅବସରରେ ରେଣୁକା ଆଶୁତୋଷଙ୍କ କିଛି ଫଟୋକୁ ନେଇ ଏକ କୋଲାଜ ସେୟାର କରିଛନ୍ତି । ଫଟୋଗୁଡ଼ିକ ସହିତ କ୍ୟାପସନରେ ରେଣୁକା ଲେଖିଛନ୍ତି, ତୁମକୁ ସବୁବେଳେ ଏମିତି ଭଲପାଇବି । "ଜନ୍ମଦିନର ଶୁଭେଚ୍ଛା ରାଣାଜୀ" ।
ନିକଟରେ, ଲକଡାଉନ ସମୟରେ ଆଶୁତୋଷ ତାଙ୍କ ପରିବାର ସହିତ ଗୁଣାତ୍ମକ ସମୟ ବିତାଉଥିଲେ ।