ଓଡିଶା

odisha

ETV Bharat / sitara

ପାକ୍ ଟାର୍ଗେଟରେ ଦେଶୀ ଗାର୍ଲ

ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କୁ ୟୁଏନର ଗୁଡୱିଲ ଆମ୍ବାସଡରର ପଦରୁ ହଟାଇବାକୁ ଦାବି କରିଛନ୍ତି ପାକିସ୍ତାନର ମାନବଧିକାର କମିଶନର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

By

Published : Aug 22, 2019, 9:00 AM IST

ମୁମ୍ବାଇ: ଜମ୍ମୁ-କାଶ୍ମରରୁ ଧାରା 370 ହଟିବା ପରେ ପାକିସ୍ତାନ ପାଗଳ ହୋଇଯାଇଛି । ଏହି ପାଗଳାମୀ ପାଇଁ ପାକିସ୍ତାନ ଅନେକ ଦେଶ ପାଖକୁ ଯାଇ ସାହାଯ୍ୟ ମାଗିସାରିଲାଣି । ସାହାଯ୍ୟ ନପାଇ ନିରାଶ ହେବା ପରେ ଏବେ ପାକ୍ ଆଉ ଏକ ହରକତ କରିଛି । ଏଥର ପାକ୍ ଟାର୍ଗେଟରେ ଦେଶୀ ଗାର୍ଲ ପ୍ରିୟଙ୍କା ।

ଫଟୋ ସୌଜନ୍ୟ: ଟ୍ବିଟର

କଥାଟି ହେଲା କି ପାକିସ୍ତାନର ମାନବଧିକାର କମିଶନର ଶିରୀନ ଏମ ମଜାରୀ ୟୁନିସେଫର ମୁଖ୍ୟଙ୍କୁ ଚିଠି ଲେଖି ପ୍ରିୟଙ୍କାଙ୍କ ୟୁଏନର ଗୁଡୱିଲ ଆମ୍ବାସଡରର ପଦରୁ ହଟାଇବାକୁ ଦାବି କରିଛି । ଏହାପୂର୍ବରୁ ମଧ୍ୟ ମଜାରୀ ଟ୍ବିଟ କରି ପ୍ରିୟଙ୍କାଙ୍କୁ ଏହି ପଦରୁ ହଟାଇବାର ଦାବି କରିଥିଲେ ।

ସେ ଟ୍ବିଟରେ ଲେଖିଥିଲେ କି ୟୁନିସେଫ ସଙ୍ଗେ ସଙ୍ଗେ ପ୍ରିୟଙ୍କାଙ୍କୁ ନିଜ ରାଜଦୂତ ପଦରୁ ହଟାଇ ଦେବା କଥା । କାରଣ ସେ ଭାରତୀୟ ସେନା ଏବଂ ଖରାପ ମୋଦି ସରକାରଙ୍କ ସମର୍ଥନ କରିଛନ୍ତି । ଯଦି ଏମିତି କରା ନଯାଉଛି ତେବେ ଏହି ନିଯୁକ୍ତି ଗୁଡିକ ଏକ ଡ୍ରାମା ହୋଇ ରହିଯିବ । ୟୁନିସେଫ ନିଶ୍ଚିତ ରୂପେ ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଦରକାର କି ସେ କାହାକୁ ନିଯୁକ୍ତି ଦେଉଛନ୍ତି ।

ସେପରି ସେ ଚିଠିରେ ଲେଖିଛନ୍ତି, ‘ଆପଣ ପ୍ରିୟଙ୍କାଙ୍କୁ ୟୁଏନର ଗୁଡୱିଲ ଆମ୍ବାସଡର କରିଛନ୍ତି । କଶ୍ମୀରରେ ଯାହା କିଛି ହୋଇଛି ତାହା ମୋଦି ସରକାରଙ୍କ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀର ଉଲ୍ଲଂଘନ କରିବା କାରଣରୁ ହୋଇଛି ।’

ABOUT THE AUTHOR

...view details