ଓଡିଶା

odisha

ETV Bharat / sitara

ଠକାମୀ ଅଭିଯୋଗକୁ ରେମୋଙ୍କ ଖଣ୍ଡନ - ଆହ୍ଲାବାଦ ଉଚ୍ଚ ନ୍ୟାୟଳୟରେ ରେମୋ ଡିସୁଜାଙ୍କ ଅପିଲ

2016ରେ ଗାଜିୟାବାଦର ଜଣେ ନିବେଶକଙ୍କ ଠାରୁ 5 କୋଟି ଆଣିଥିଲେ ଜାତୀୟ ପୁରସ୍କାର ବିଜେତା, ଫିଲ୍ମ ନିର୍ମାତା ରେମୋ ଡିସୁଜା। ହେଲେ ବର୍ତ୍ତମାନ ଏହାକୁ ମିଥ୍ୟା ବୋଲି କହିଛନ୍ତି ରେମୋ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେମୋ ଡିସୁଜା

By

Published : Nov 8, 2019, 2:23 PM IST

ମୁମ୍ବାଇ: ଏବେ ଚର୍ଚ୍ଚାରେ ଫେମସ କୋରିଓଗ୍ରାଫର ଏବଂ ନିର୍ମାତା ରେମୋ ଡିସୁଜା । ଏକ ମାମଲାକୁ ନେଇ ଦୀର୍ଘ ସମୟରୁ ସେ ଚର୍ଚ୍ଚାରେ ରହିଆସୁଛନ୍ତି । ନିଜ ଉପରେ ଲାଗିଥିବା ଏକ ଠକାମୀ ମାମଲାରେ ପ୍ରଥମଥର ମୁହଁ ଖୋଲିଛନ୍ତି ସେ। 2016ରେ ଗାଜିୟାବାଦ ଜିଲ୍ଲା କୋର୍ଟ ଦ୍ବାରା ଠକାମୀ ଏବଂ ଜବରଦସ୍ତି ଆଦାୟ କରିବା ମାମଲାରେ ଜାରି ହୋଇଥିବା ଜାମିନବହୀନ ଗିରଫ ପରୱାନାରୁ ଆଶ୍ବସ୍ତି ପାଇବା ପାଇଁ ରେମୋ ଆହ୍ଲାବାଦ ଉଚ୍ଚ ନ୍ୟାୟଳୟରେ ଅପିଲ କରିଛନ୍ତି।

ଏକ ସାକ୍ଷାତକାରରେ ଯୋଗ ଦେଇ 2016 ସେପ୍ଟେମ୍ବର 23ରେ ତାଙ୍କ ଉପରେ କରାଯାଇଥିବା କେସରେ ବୟାନ ଦେଇ ରେମୋ କହିଥିଲେ ଯେ ଏହା ସମ୍ପୂର୍ଣ୍ଣ ମିଥ୍ୟା ମାମଲା। ତାଙ୍କ ସହ ତାଙ୍କ ଓକିଲଙ୍କ ବିରୋଧରେ ମିଛ ମାମଲା ଚାଲିଛି। ବର୍ତ୍ତମାନ ସେ ଆଇନ ପ୍ରକ୍ରିୟାର ଅନ୍ତର୍ଗତ ଅଛନ୍ତି ଏବଂ ତାଙ୍କ ଓକିଲ ଏହାର ଦେଖାଶୁଣା କରୁଛନ୍ତି । ତେଣୁ ଏହି ମାମଲା ଉପରେ ସେ ଅଧିକ କହିପାରିବେ ନାହିଁ । କେବଳ ସେ ଏତିକି କହିବାକୁ ଚାହୁଁଛନ୍ତି ଯେ ଏହି ମାମଲା ମିଥ୍ୟା। ଏଥିରେ କୌଣସି ବାସ୍ତବତା ନାହିଁ।

ପ୍ରକାଶ ଥାଉକି ରିମୋଙ୍କ ଉପରେ ଅଭିଯୋଗ ଲାଗିଛି ଯେ ସେ ‘ଅମର ମଷ୍ଟ ଡାଈ’ ନାମକ ଫିଲ୍ମ ନିର୍ମାଣ କରିବା ପାଇଁ ଗାଜିୟାବାଦର ରାଜନଗର ବାସିନ୍ଦା ସତେନ୍ଦ୍ର ତ୍ୟାଗୀଙ୍କ ଠାରୁ 2016ରେ 5 କୋଟି ନିବେଶ କରାଇଥିଲେ । ଆଉ ନିବେଶ ସମୟରେ ସତେନ୍ଦ୍ରଙ୍କୁ କୁହାଯାଇଥିଲା ଯେ 5 କୋଟି ଟଙ୍କା ପରିବର୍ତ୍ତେ ତାଙ୍କୁ 10 କୋଟି ଟଙ୍କା ମିଳିବ ।

ହେଲେ କୋରିଓଗ୍ରାଫର ରେମୋଙ୍କୁ ଆର୍ଥିକ ସାହାର୍ଯ୍ୟ ଦେଇଥିବା ସତେନ୍ଦ୍ରଙ୍କ ଅନୁଯାୟୀ ତିନି ବର୍ଷ ହେବାକୁ ବସିଲାଣି କିନ୍ତୁ ନା ତାଙ୍କୁ ତାଙ୍କ ଟଙ୍କା ମିଳିଛି ନା କୌଣସି ଲାଭ ମିଳିଛି। ଏହାସହ ସେ ଦାବି କରିଥିଲେ ତାଙ୍କୁ କେହି ଜଣେ ଫୋନ କରି 1 କୋଟି ଟଙ୍କା ମାଗିଥିଲେ। ଏହାସହ ତାଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ମିଳିଥିଲା।

ABOUT THE AUTHOR

...view details