ହାଇଦ୍ରାବାଦ: ବଲିଉଡରେ ଅନେକ ଫିଲ୍ମ ଏବେ ଚର୍ଚ୍ଚାର ବିଷୟ ମାତ୍ର ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକିଲ-15’ର ପୋଷ୍ଟର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଆୟୁଷ୍ମାନ ଲୁକ ଯେତିକି ସରପ୍ରାଇଜ କରିନି ସେତିକି ସରପ୍ରାଇଜ କରିଛି ପୋଷ୍ଟରରେ ଚିତ୍ର । ପୋଷ୍ଟରରେ ଆୟୁଷମାନଙ୍କ ଚଷମାରେ ଦୁଇଟି ଝିଅଙ୍କ ଝୁଲନ୍ତା ମୃତଦେହର ଛବି ଦେଖିବାକୁ ମିଳିଛି । ପୋଷ୍ଟର ଦେଖିଲା ପରେ ସ୍ପଷ୍ଟ କି, ଏହା ସତ୍ୟ ଘଟଣା ଉପରେ ଆଧାରିତ ।