ହାଇଦ୍ରାବାଦ: ବଲିଉଡର ସିଂଘମଙ୍କ କମେଡି ରୋମାଣ୍ଟିକ ଫିଲ୍ମ 'ଦେ ଦେ ପ୍ୟାର ଦେ' ଏବେ ଚର୍ଚ୍ଚାରେ । ଆଜି ଫିଲ୍ମର ଆଉ ଏକ ନୂଆ ଗୀତ 'ହୋଲେ ହୋଲେ' ରିଲିଜ ହୋଇଛି । ଏଥିରେ ଅଜୟ ଦେୱଗନ ଉଭୟ ତବୁ ଓ ରକୁଲଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହା ପଞ୍ଜାବୀ ଗୀତ 'ହୋଲେ ହୋଲେ ଗୀଦ୍ଦ ବିଚ୍ଚି'ର ରିମେକ। ଏହାକୁ ଗାଇଛନ୍ତି ନେହା କକ୍କର ଓ ପଞ୍ଜାବି ସିଙ୍ଗର ଗ୍ୟାରି ସନ୍ଧୁ ।
ରକୁଲ ଓ ତବୁଙ୍କ ସହ ଅଜୟଙ୍କ 'ହୋଲେ ହୋଲେ' ରୋମାନ୍ସ - de de pyar de
କମେଡି ରୋମଣ୍ଟିକ ଫିଲ୍ମ 'ଦେ ଦେ ପ୍ୟାର ଦେ'ର ଆଜି ତୃତୀୟ ଗୀତ 'ହୋଲେ ହୋଲେ' ରିଲିଜ ହୋଇଛି । ଏଥିରେ ବଲିଉଡର ସିଂଘମ ଅଜୟ ଦେୱଗନ ରକୁଲ ଓ ତବୁଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି।
ଫାଇଲ ଫଟୋ
ଏହି ପାର୍ଟି ସଙ୍ଗରେ ଅଜୟଙ୍କ ସହ ତବୁ ପାରମ୍ପାରିକ ଲୁକରେ ନଜର ଆସିବା ସହିତ ରକୁଲଙ୍କ ହଟ୍ ଲୁକ ଦେଖିବାକୁ ମିଳିଛି । ଏହା ପୂର୍ବରୁ ଫିଲ୍ମର ଦୁଇଟି ଗୀତ 'ବଡ୍ଡି ସରାବନ୍' ଓ 'ତୁମ ମିଲେ ହୋ ନା' ରିଲିଜ ହୋଇଥିଲା । ଫିଲ୍ମର ଟ୍ରେଲର ବିଷୟରେ କହିବାକୁ ଗଲେ, ଲୋକେ ଏହାକୁ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ ଲଭ ଟ୍ରାଏଙ୍ଗଲ ଦେଖିବାକୁ ମିଳିବ । ତେବେ ଫିଲ୍ମ 17 ମେ ରେ ରିଲିଜ ହେବ।