ଓଡିଶା

odisha

By

Published : Jun 24, 2019, 3:22 PM IST

Updated : Jun 24, 2019, 3:56 PM IST

ETV Bharat / sitara

ଜାପାନରେ ରିଲିଜ ହେବ ଫିଲ୍ମ ‘କେଶରୀ’

ଜାପାନରେ ରିଲିଜ ହେବାକୁ ଯାଉଛି ଅକ୍ଷୟ କୁମାରଙ୍କ ହିଟ ଫିଲ୍ମ ‘କେଶରୀ’ । 21ଜଣ ଶିଖଙ୍କ କାହାଣୀ ଫିଲ୍ମ ‘କେଶରୀ’ ।

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ଏହି ବର୍ଷର ସର୍ବ ଶ୍ରେଷ୍ଠ ଓପନିଂ ମଧ୍ୟରୁ ଅକ୍ଷୟ କୁମାରଙ୍କ ‘କେଶରୀ’ ଅନ୍ୟତମ । ତେବେ ଏହି ଐତିହାସିକ ଡ୍ରାମା ଫିଲ୍ମ ଖୁବଶୀଘ୍ର ଜାପାନରେ ରିଲିଜ ହେବାକୁ ଯାଉଛି । ତେବେ ଭାରତରେ ଏହି ଫିଲ୍ମ 100 କୋଟି କ୍ଲବରେ ସାମିଲ ହୋଇଥିଲା । ତେବେ ଫିଲ୍ମଟି ଚଳିତ ବର୍ଷ ଅଗଷ୍ଟ 16ରେ ରିଲିଜ ହେବ ।

ଫଟୋ ସୌଜନ୍ୟ: ଏଏନଆଇ

ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ । ନିଜ ଦେଶକୁ ବଞ୍ଚାଇବା ପାଇଁ ପ୍ରାୟ 10 ହଜାର ଆକ୍ରମଣକାରୀଙ୍କୁ 21ଜଣ ଶିଖ ମିଶି ଅଟକାଇଥିବେ । ତେବେ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନୁରାଗ ସିଂହ । ‘କେଶରୀ’ ପ୍ରଥମ ଦିନରେ ପ୍ରାୟ 21.06 କୋଟିର ବ୍ୟବସାୟ କରିଥିଲା ।

ତେବେ ଅକ୍ଷୟ କୁମାର ଖୁବ ଶୀଘ୍ର ଫିଲ୍ମ ‘ଗୁଡ ନ୍ୟୁଜ’, ‘ମିଶନ ମଙ୍ଗଲ’ ଓ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ ।

Last Updated : Jun 24, 2019, 3:56 PM IST

For All Latest Updates

ABOUT THE AUTHOR

...view details