ହାଇଦ୍ରାବାଦ: ରାପରକୁ ବଲିଉଡରେ ପରିଚିତ କରାଇଥିବା ବ୍ୟକ୍ତି ହେଲେ ହନି ସିଂ । ତାଙ୍କ ଗୀତକୁ ଦର୍ଶକ ଖୁବ ପସନ୍ଦ କରନ୍ତି । କିଛି ଦିନରେ ବିରତି ପରେ ବଲିଉଡକୁ ଗୀତ ‘ମଖନା’ ଜରିଆରେ କମବ୍ୟାକ କରିଥିଲେ ୟୋ ୟୋ ହନି ସିଂ । କିନ୍ତୁ ଦୀର୍ଘ 7 ମାସ ପରେ ଏହି ଗୀତକୁ ନେଇ ବିବାଦ ଦେଖାଦେଇଥିଲା । ଏହି ବିବାଦ ମଧ୍ୟରେ ହନି ସିଂଙ୍କ ଆଉ ଅକ ନୂଆ ଗୀତ ରିଲିଜ ହୋଇଛି ।
ୟୋ ୟୋ ଙ୍କ ଜବରଦସ୍ତ କମବ୍ୟାକ, ଦେଖନ୍ତୁ ଭିଡିଓ - Makhna song
ମଖନା ଗୀତରେ ବିବାଦ ପରେ ପୁଣି ଏକ ନୁଆ ଗୀତରେ ବ୍ୟାକ କରିଛନ୍ତି ୟୋ ୟୋ ହନି ସିଂ । କ୍ଲାସିକାଲ ଗୀତ ଗୁଡ ନାଲ ଇସିକି ମିଠାର ରିମେକ କରିଛନ୍ତି ହନି ସିଂ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଭିଡିଓ ସୌଜନ୍ୟ:ୟୁଟ୍ୟୁବ
‘ଗୁଡ ନାଲ ଇସିକି ମିଠା’ ଗୀତକୁ ରିମେକ କରିଛନ୍ତି ହନି । ଗୀତରେ କଣ୍ଠଦାନ କରିଛନ୍ତି ମଲକିତ ସିଂହ । ବଲିଉଡରେ ଅନେକ ଗୀତ ରିମେକ ହୋଇସାରିଛି । ତେବେ ଏହି ଗୀତରେ ହନି ସିଂହ ତାଙ୍କ ରାପର ତଡକା ଦେଇଛନ୍ତି । ରାପକୁ ଗୀତରେ ଖୁବ ସୁନ୍ଦର ଭାବେ ରିମିକ୍ସ କରାଯାଇଛି ।
ପ୍ରକାଶଥାଉକି, ଅତିତରେ ପଞ୍ଜାବର ମହିଳା ଆୟୋଗ ମଖନା ଗୀତ ପାଇଁ ହନି ସିଂଙ୍କ ଉପରେ ଆରୋପ ଲଗାଇଥିଲା । ମଖନା ଗୀତରେ ମହିଳାଙ୍କୁ ନେଇ ଅପଶବ୍ଦର ବ୍ୟବହାର ହୋଇଛି ବୋଲି ଅଭିଯୋଗ ହୋଇଥିଲା ।
Last Updated : Jul 24, 2019, 11:55 PM IST