ହାଇଦ୍ରାବାଦ: କିଛି ଦିନର ଅପେକ୍ଷା ଓ ରିଲିଜ ହେବ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ଆର୍ଟିକିଲ-15’ତେବେ ଏହାପୂର୍ବରୁ ରିଲିଜ ହୋଇଛି ଫିଲ୍ମର ଏକ ଦମଦାର ରାପ ‘ଶୁରୁ କରେ କ୍ୟା’ । ରାପକୁ ସ୍ଲୋଚିତା, ଦି ଏମସି, କାମ ଭାରି ଓ ସ୍ପିଟଫ୍ୟାୟର ଗାଇଛନ୍ତି ।
ଆର୍ଟିକିଲ-15ର ହିଟିଂ ରାପ ‘ଶୁରୁ କରେ କ୍ୟା’, ଦେଖନ୍ତୁ ଭିଡିଓ - rap
ଖୁବ ଶୀଘ୍ର ପରଦାକୁ ଆସୁଛି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ଆର୍ଟିକିଲ-15 । ତେବେ ଏହାପୂର୍ବରୁ ରିଲିଜ ହୋଇଛି ଫିଲ୍ମର ହାର୍ଡକୋର ରାପ ‘ଶୁରୁ କରେ କ୍ୟା!’

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଭିଡିଓ ସୌଜନ୍ୟ: ୟୁଟ୍ୟୁବ
ରାପରେ ପୁରା ଫିଲ୍ମର ଝଲକ ଦେଖିବାକୁ ମିଳିଛି । ରାପରେ ସମାଜର କ୍ରୁର ସତ୍ୟତା ବିଷୟରେ ବର୍ଣ୍ଣନା କରାଯାଇଛି । ଜାତିବାଦ, ଭ୍ରଷ୍ଟାଚାର ବିଷୟରେ ସମ୍ପୁର୍ଣ୍ଣ ବର୍ଣ୍ଣନା କରାଯାଇ ଏବେ କାମ ଆରମ୍ଭ କରିବା ! ବୋଲି ପ୍ରଶ୍ନ କରାଯାଇଛି ।
ଭିଡିଓକୁ ଆୟୁଷ୍ମାନ ଖୁରାନା ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଆର୍ଟିକିଲ-15 ପରଦାକୁ ଚଳିତ ମାସ 28 ତାରିଖରେ ଆସିବ । ଏହାର ନିର୍ଦ୍ଦେଶନା ଭାର ଅନୁଭବ ସିହ୍ନା ସମ୍ଭାଳିଛନ୍ତି । କାହାଣୀରେ ଦୁଇ ନାବାଳିକ ଝିଅଙ୍କୁ ଗଣଦୁଷ୍କର୍ମ କରି ଗଛରେ ଝୁଲେଇ ଦିଆଯାଇଥିବାର ସତ୍ୟ ଘଟଣା ଦର୍ଶାଯାଇଛି ।
Last Updated : Jun 12, 2019, 2:55 PM IST