ଓଡିଶା

odisha

ETV Bharat / sitara

ଗୋରଖପୁରରୁ ନିର୍ବାଚନ ଲଢିବେ ଭୋଜପୁରୀ ଷ୍ଟାର ରବି

ଭୋଜପୁରୀ ସୁପରଷ୍ଟାର ରବି କିଶନ କିଛି ଦିନ ପୂର୍ବରୁ କଂଗ୍ରେସ ହାତ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଟିକେଟରୁ ସେ ଏଥର ଗୋରଖପୁରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

By

Published : Apr 15, 2019, 9:33 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରବି କିଶନ

ମୁମ୍ବାଇ: ଭୋଜପୁରୀ ସିନେମାର ସୁପରଷ୍ଟାର ରବି କିଶନ ଦର୍ଶକଙ୍କ ମଧ୍ୟରେ ନିଜ ଫିଲ୍ମ ଏବଂ ଜବରଦସ୍ତ ଡାଇଲଗ ଡିଲିଭରୀ ପାଇଁ ଖୁବ୍ ପପୁଲାର । ଏହି ସମୟରେ ରବି ନିର୍ବାଚନ ଚର୍ଚ୍ଚାରେ ମଧ୍ୟ ସାମିଲ ହୋଇସାରିଛନ୍ତି । ନିକଟରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଯାହାପରେ ଶୁଣିବାକୁ ମିଳୁଥିଲା ଯେ ସେ ଜୌନପୁରରୁ ଲୋକସଭା ପ୍ରାର୍ଥୀ ହେବେ । କିନ୍ତୁ ରବିଙ୍କୁ ଗୋରଖପୁର ସିଟରୁ ଲୋକସଭା ପ୍ରାର୍ଥୀ କରାଯାଇଛି ।

ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । କଥାଟି ହେଲା କି ନିର୍ବାଚନ ମଧ୍ୟରେ ରବିଙ୍କ ଆଗାମୀ ଫିଲ୍ମ 'ସବସେ ବଡା ଚ୍ୟାମ୍ପିଆନ ଟ୍ରେଲର' ରିଲିଜ କରିଦିଆଯାଇଛି । ଯାହାପରେ ଫିଲ୍ମର ଏକ ଗୀତ ମଧ୍ୟ ରିଲିଜ ହୋଇଛି । ଗୀତରେ ବି-ଟାଉନର ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ଜଲୱା ଦେଖିବାକୁ ମିଳୁଛି ।

ଯଦି ରବିଙ୍କ ରାଜନୀତି ବିଷୟରେ କଥା ହେବା, ତେବେ 2014ର ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ଜୌନପୁରରୁ ନିର୍ବାଚନ ଲଢିଥିଲେ । ଯେଉଁଥିରେ ସେ 42 ହଜାର ଭୋଟ ହାସିଲ କରିଥିଲେ । ଏବେ ଦେଖିବା ବାକି ରହିଲା କି ସେ ବିଜେପି ଟିକେଟରୁ ବିଜେତା ହୋଇପାରୁଛନ୍ତି କି ନାହିଁ ।

For All Latest Updates

ABOUT THE AUTHOR

...view details