ମୁମ୍ବାଇ: ବଲିଉଡରେ ଅନେକ ଷ୍ଟାର କିଡସଙ୍କ ଚେହେରା ପ୍ରାୟତଃ ଦେଖିବାକୁ ମିଳିଥାଏ । ଏହି କ୍ରମରେ ଆଉ ଏକ ଅଭିନେତାଙ୍କ ଝିଅ ବଲିଉଡରେ ସାମିଲ ହେବାକୁ ପ୍ରସ୍ତୁତ ହୋଇସାରିଲେଣି । ସେ ଆଉ କେହି ନୁହଁନ୍ତି ସେ ହେଲେ ଭୋଜପୁରୀ ଲୋକପ୍ରିୟ ଅଭିନେତା ରବି କିଶନଙ୍କ ଲାଡଲୀ ରିବା କିଶନ । ସେ ଖୁବ୍ ଶୀଘ୍ର 'ସବ କୁଶଲ ମଙ୍ଗଲ' ଫିଲ୍ମରେ ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରିଙ୍କ ପୁଅ ପ୍ରିୟଙ୍କ ଶର୍ମାଙ୍କ ସହ ନଜର ଆସିବେ । ଏହି ଫିଲ୍ମ ଜରିଆରେ ଦୁଇ ଷ୍ଟାରକିଡ୍ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ଫିଲ୍ମଟି ବିହାରରେ ପ୍ରଚଳିତ ଜବରନ ବିବାହ ଉପରେ ଆଧାରିତ । ଫିଲ୍ମର ନିର୍ମାଣ କରିବାକୁ ଯାଉଛନ୍ତି ନିତିନ ମୋହନ ।