ନୂଆଦିଲ୍ଲୀ: ଏବେ ଚର୍ଚ୍ଚାରେ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଏକ ଭିଡିଓ । ନିକଟରେ ରବୀନା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରବୀନା ନିଜ ପୁରା ଦେହରେ ସାନିଟାଇଜର ସିଞ୍ଚନ କରୁଥିବାର ଦେଖିବାକୁ ମିଳିଛି ।
ଇନଷ୍ଟାଗ୍ରାମରେ ନିଜର ଭିଡିଓ ସେୟାର କରି କ୍ୟାପସନରେ ରବୀନା ଲେଖିଛନ୍ତି, 'ପଗଲା ଗଇ ହେ ଛୋରୀ! ମୁଁ ନିଜ ଉପରେ ସେଣ୍ଟ ସ୍ପ୍ରେ କରୁନାହିଁ, ସାନିଟାଇଜର ସିଞ୍ଚନ କରୁଛି! କରୋନାରୁ ସୁରକ୍ଷା, ସାନିଟାଇଜରର କବଚ! ଆଜିକାଲି ମୁଁ ଏହିପରି ସୁଟିଂ କରେ! କ 'ଣ କରିବା! କିନ୍ତୁ ଆଜିକାଲି ଏହା ସ୍ବାଭାବିକ ।