ନୂଆଦିଲ୍ଲୀ : କୋରୋନା ସଙ୍କଟ ସମୟରେ ଅନେକ ସେଲିବ୍ରିଟି ଦେଶବାସୀଙ୍କ ସେବା କରିବା ପାଇଁ ଆଗେଇ ଆସୁଛନ୍ତି । ଏହି କ୍ରମରେ ଏବେ ଆଉ ଏକ ନୂଆ ନାଁ ସାମିଲ ହୋଇଛି । ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଟିପ ଟିପ ଗାର୍ଲ ରବିନା ଟଣ୍ତନ । ରବିନା ଏବେ ଦିଲ୍ଲୀବାସୀଙ୍କ ପାଇଁ ରିଅଲ ହିରୋଇନ ସାଜିଛନ୍ତି ।
ଦେଶର ଅକ୍ସିଜେନ୍ ସଂକଟ ଦେଖିବାକୁ ମିଳିଥିବାବେଳେ ରବିନା ସହଯୋଗର ହାତ ବଢାଇଛନ୍ତି । ସେ ଦିଲ୍ଲୀକୁ ପଠାଇଛନ୍ତି ଅକ୍ସିଜେନ୍ ସିଲିଣ୍ଡର । ଯାହାର ସୂଚନା ସେ ନିଜେ ଟ୍ବିଟ କରି ଜଣାଇଛନ୍ତି ।