ଓଡିଶା

odisha

ETV Bharat / sitara

ଚୀନରେ ସେଲିବ୍ରେସନ, ରିଆକ୍ଟ କଲେ ରବୀନା - ଚୀନରେ ବିକ୍ରି ହେଲୋ ବାଦୁଡି ମାଂସ

କୋରୋନା ଭାଇରସକୁ ହରାଇ ବର୍ତ୍ତମାନ ଫ୍ରି ହୋଇଯାଇଛି ଚୀନ । ହେଲେ ଅନ୍ୟ ଦେଶ ଏହି ମହାମାରୀର ସାମ୍ନା କରିବାରେ ଏବେ ବି ଲାଗିଛନ୍ତି । ଇତିମଧ୍ୟରେ ଚୀନକୁ ଖରାପ ଦେଶ କହି ଚର୍ଚ୍ଚାରେ ରବୀନା।

_raveena tandon
ଡିଜାଇନ ଫଟୋ

By

Published : Mar 31, 2020, 8:47 AM IST

ମୁମ୍ବାଇ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସର ପ୍ରକୋପ ବର୍ତ୍ତମାନ ପୁରା ବିଶ୍ବରେ ଦେଖିବାକୁ ମିଳୁଛି। ଏହି ଭାଇରସ ସହ ପ୍ରତିଦିନ ଲଢୁଛନ୍ତି ବିଶ୍ବବାସୀ। ହେଲେ ଚୀନରେ ବର୍ତ୍ତମାନ ସେଲିବ୍ରେସନ ଚାଲିଛି। କୋରୋନା ଉପରେ ବିଜୟ ହାସିଲ କରି ଚୀନବାସୀ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି। ଯାହାଦ୍ବାରା ଚୀନ ବଜାରରେ ବାଦୁଡି, ବିଲେଇ, ବେଙ୍ଗ, କୁକୁର ମାଂସ ବିକ୍ରି ହେବା ଆରମ୍ଭ ହୋଇଛି। ଇତିମଧ୍ୟରେ ଏହି ମାମଲା ଉପରେ କ୍ରୋଧତ ନଜର ଆସୁଛନ୍ତି ଅଭିନେତ୍ରୀ ରବୀନା ଟଣ୍ଡନ । ଆଉ କଡା ଜବାବ ମଧ୍ୟ ଦେଇଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର@ରବୀନା ଟଣ୍ଡନ

ରବୀନା ଏକ ଟ୍ବିଟ କରି ନିଜ ରାଗ ପ୍ରକାଶ କରିଛନ୍ତି। ସେ ଜଣେ ୟୁଜରଙ୍କ ଟ୍ବିଟକୁ ରିଟ୍ବିଟ କରିଛନ୍ତି। ଯେଉଁଥିରେ ଏହି ଖବର ସୂଚନା ଦିଆଯାଇଛି । ଭାଇରାଲ ହେଉଥିବା ଟ୍ବିଟରେ ଲେଖାଯାଇଛି, ‘ଚୀନରେ ବାଦୁଡି, ବିଲେଇ, ବେଙ୍ଗ, କୁକୁର ଓ ଅନ୍ୟ ପଶୁଙ୍କ ବିକ୍ରି ଜାରି ଅଛି। ପାର୍ଥକ୍ୟ କେବଳ ଏତିକି ଯେ ସେଠାରେ ଏହାର ଫଟୋ ନ ଉଠାଇବାକୁ ମନା କରିବା ପାଇଁ ପୋଲିସ ମୁତୟନ ହୋଇଛି।’

ଏହି ଟ୍ବିଟ ପଢିବା ପରେ ରବୀନା ଆଉ ରାଗ ସମ୍ବାଳି ପାରିନଥିଲେ। ସେ ସଙ୍ଗେ ସଙ୍ଗେ ଏହାର ଜବାବ ଦେଇ ଲେଖିଛନ୍ତି, ‘ମଣିଷ କେବେ ସୁଧୁରିବା ଶିଖେନି। ଅନେକ ଜୀବନ ଚାଲିଗଲା । ଯାହା ସମସ୍ତଙ୍କୁ ମହଙ୍ଗା ପଡିଛି। ହେଲେ ପୁଣି ନିଜ ପୁରୁଣା ଅଭ୍ୟାସକୁ ଫେରିଛି ଚୀନ। ପଶୁଙ୍କ ସହ ଦୁର୍ବ୍ୟବହାର ଓ ୱାଇଲ୍ଡ ଲାଇଫ କ୍ରାଇମ ମାମଲାରେ ଚୀନ ବିଶ୍ବରେ ସବୁଠାରୁ ଖରାପ ଦେଶ।’

ପ୍ରକାଶ ଥାଉକି ନିକଟରେ ଶୁଣିବାକୁ ମିଳିଥିଲା ଯେ ବାଦୁଡି, ଘୁଷୁରି ମାଂସ ଦ୍ବାରା କୋରୋନା ଭାଇରସ ଜାତ ହୋଇଛି ।

ABOUT THE AUTHOR

...view details