ମୁମ୍ବାଇ: ଫିଲ୍ମରେ ନିଜର ମସ୍ତି ଅନ୍ଦାଜ ଏବଂ ଅଭିନୟ ଜରିଆରେ ନିଜ ପରିଚୟ ବଲିଉଡରେ ସ୍ଥାପନ କରିଥିବା ରବୀନା ଟଣ୍ଡନଙ୍କ ଆଜି 45ତମ ଜନ୍ମଦିନ । ହୁଏତଃ ବର୍ତ୍ତମାନ ସେ ଫିଲ୍ମଠୁ ଦୂରେଇ ଅଛନ୍ତି । କିନ୍ତୁ ଆଜି ମଧ୍ୟ ସେ ବଲିଉଡରେ ପ୍ରଯୋଜକ ଏବଂ ରିୟାଲିଟି ଶୋର ଜଜ ରୂପେ କାମ କରୁଛନ୍ତି । ରବୀନା ନିଜ ଫିଲ୍ମ ପାଇଁ ତ ସବୁବେଳେ ଚର୍ଚ୍ଚାରେ ରହୁଥିଲେ କିନ୍ତୁ ଲଭ ଲାଇଫକୁ ନେଇ ମଧ୍ୟ ସେ ଚର୍ଚ୍ଚିତ ଥିଲେ । ଏମିତି ଜଣେ ଅଭିନେତାଙ୍କ ପ୍ରେମରେ ସେ ଦିୱାନୀ ଥିଲେ । ଯାହାକୁ ନେଇ ସେ ଚର୍ଚ୍ଚାରେ ଆସିଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣିବା ତାଙ୍କ ବିଷୟରେ ଏହି ଖାସ୍ କଥା...
ରବୀନା ଯେଉଁ ଅଭିନେତାଙ୍କ ଦିୱାନୀ ଥିଲେ ସେ ଆଉ କେହି ନୁହଁନ୍ତି ସେ ହେଲେ ବଲିଉଡର ଖିଲାଡି ଅକ୍ଷୟ କୁମାର । ରବୀନା ଓ ଅକ୍ଷୟଙ୍କ ଲଭଷ୍ଟୋରି ଆରମ୍ଭ ‘ମୋହରା’ ଫିଲ୍ମରୁ ହୋଇଥିଲା । ଏହି ଯୋଡି ଫିଲ୍ମ ସୁଟିଂ ସମୟରେ ପରସ୍ପର ପ୍ରେମରେ ପଡିଯାଇଥିଲେ । ଫିଲ୍ମ ଜରିଆରେ ଏହି ଯୋଡି ହିଟ୍ ତ ହୋଇଥିଲା । ଏହାସହ ଅଫସ୍କ୍ରିନ ମଧ୍ୟ ଦୁଇଜଣଙ୍କ ପ୍ରେମ ହିଟ୍ ଥିଲା ।
ଏହା ମଧ୍ୟ ଶୁଣିବାକୁ ମିଳୁଥିଲା ଯେ ଦୁଇଜଣଙ୍କ ଖୁବଶୀଘ୍ର ବିବାହ କରିବେ ବୋଲି । 1999ରେ ଏକ ଫିଲ୍ମ ମାଗାଜିନକୁ ଦେଇଥିବା ଏକ ସାକ୍ଷାତକାରରେ ରବୀନା କହିଥିଲେ ଯେ ଅକ୍ଷୟ କହିଛନ୍ତି ଫିଲ୍ମର ସୁଟିଂ ଶେଷ କରି ସେ ତାଙ୍କ ସହ ବିବାହ କରିବେ । ଏହାସହ ସେ କହିଥିଲେ କି ଦୁଇଜଣ ପୂର୍ବରୁ ମନ୍ଦିରରେ ମଧ୍ୟ ଲୁଚି ବିବାହ କରିସାରିଛନ୍ତି ।