ନୂଆଦିଲ୍ଲୀ: ତେଲୁଗୁ ଅଭିନେତ୍ରୀ ତଥା ଡିଅର କମରେଡ ଫେମ ରଶ୍ମିକା ମନ୍ଦନ୍ନା ଶନିବାର 'ମିଶନ ମଜନୁ'ର ସୁଟିଂକୁ ଶେଷ କରିଥିବା ଘୋଷଣା କରିଛନ୍ତି । ଏଥିରେ ତାଙ୍କ ବିପକ୍ଷରେ ଶେରଶାହ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରା ଅଭିନୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସୁଟିଂ ଶେଷ ହେବା ସମ୍ପର୍କରେ ସେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଏହି ସୁଟିଂରେ ତାଙ୍କୁ ବହୁତ ମଜା ଆସିଛି ବୋଲି ସେ କହିଛନ୍ତି । ଏହାସହିତ ସେ ଫିଲ୍ମର ସୁଟିଂ ଶେଷ କରିନେଇଥିବା ସମ୍ପର୍କରେ ବିଶ୍ବାସ କରିପାରୁନାହାନ୍ତି ବୋଲି କହିଛନ୍ତି । ତେବେ ସେ ଫିଲ୍ମର ସ୍କ୍ରିପ୍ଟକୁ ପ୍ରଥମ ଥର ପାଇଁ ପଢିବା ସମୟରେ ଫିଲ୍ମର ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଆସନ୍ତା ଫେବୃଆରୀ ମାସରେ ଏହି ଫିଲ୍ମ ରିଲିଜ ହେବ ବୋଲି ସୂଚନା ମିଳିଛି ।