ହାଇଦ୍ରାବାଦ: ଶୁକ୍ରବାର ଫ୍ୟାନ୍ସଙ୍କୁ ମିଳିଥିଲା ଗୁଡନ୍ୟୁଜ । କାରଣ ପରଦାରେ ଏକାଠି ଦେଖିବାକୁ ମିଳିବ ବିଗ ବି ଅମିତାଭ ବଚ୍ଚନ ଓ ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନଙ୍କୁ । ଏହି ଯୋଡି ଏକତା କପୁରଙ୍କ ନିର୍ମିତ ଫିଲ୍ମ ‘ଗୁଡବାଏ’ରେ ନଜର ଆସିବେ ।
ଯାହାକୁ ନେଇ ରଶ୍ମିକା କହିଛନ୍ତି ଯେ, "ମୁଁ ମିଷ୍ଟର ବଚ୍ଚନଙ୍କ ସହ କାମ କରିଥିବାରୁ ପ୍ରକୃତରେ କୃତଜ୍ଞ, ଏବଂ ମୁଁ କେବେ ଭାବି ନଥିଲି ଯେ ମୁଁ କ୍ୟାରିୟର ଆରମ୍ଭରୁ ସାରଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିବି । ମୁଁ ତାଙ୍କ ସହ ସୁଟ୍ ଆରମ୍ଭ କରିବାକୁ ଅପେକ୍ଷା କରିଛି ମୁଁ ନର୍ଭସ ଏବଂ ଉତ୍ସାହିତ ମଧ୍ୟ ଅଛି । ତାଙ୍କ ଠାରୁ ମୁଁ ବହୁତ କିଛି ଶିଖିବି ।