ଓଡିଶା

odisha

ETV Bharat / sitara

ମିସ ଇଣ୍ଡିଆଙ୍କୁ ଜୀବନସାଥୀ କରିଛନ୍ତି ପରେଶ, ଜନ୍ମଦିନରେ ଜାଣନ୍ତୁ ରୋଚକ କଥା - 'ମିସ୍ ଇଣ୍ଡିଆକୁ ବିବାହ କରିଛନ୍ତି ପରେଶ'

ବଲିଉଡର ଭେଟେରାନ ଅଭିନେତା ପରେଶ ରାୱଲ ଆଜି ତାଙ୍କର 66 ତମ ଜନ୍ମଦିନ ପାଳୁଛନ୍ତି । ଆଜିର ଦିନରେ ଚାଲନ୍ତୁ ଜାଣିବା ଏହି ମହାନ ଅଭିନେତା ବିଷୟରେ କିଛି ବିଶେଶ କଥା...

rare-and-known-facts-about-paresh-rawal-on-his-birthday
ହାପି ବର୍ଥଡେ ପରେଶ

By

Published : May 30, 2021, 5:34 PM IST

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ପରେଶ ରାୱଲ ଆଜି ତାଙ୍କର 66 ତମ ଜନ୍ମଦିନ ପାଳୁଛନ୍ତି । ୧୯୫୫, ମେ ୩୦ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଏହି ଅଭିନେତା । ଫିଲ୍ମ ଦୁନିଆରେ ପାଦ ଦେବା ପରେ ପ୍ରାୟ ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିଛନ୍ତି । ଖଳନାୟକ ହେଉ ବା କମେଡି ରୋଲ ସବୁଥିରେ ସେ ତାଙ୍କର ଅଭିନୟର ଯାଦୁ ଦେଖାଇଛନ୍ତି । ଏମିତିକି ଅନେକ ଫିଲ୍ମରେ ସର୍ପୋଟିଙ୍ଗ୍‌ ରୋଲ୍‌ରେ ବି ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଛି ।

ଆଜିର ଦିନରେ ଚାଲନ୍ତୁ ଜାଣିବା ଏହି ମହାନ ଅଭିନେତା ବିଷୟରେ କିଛି ବିଶେଷ କଥା...

ହାପି ବର୍ଥଡେ ପରେଶ

1984 ରେ ଫିଲ୍ମ 'ହୋଲି' ସହିତ ପରେଶ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ 1985 ମସିହାରେ ଚଳଚ୍ଚିତ୍ର 'ଅର୍ଜୁନ' ରେ ଅଭିନୟ କରିଥିଲେ । ପରେ ପରେ ସଞ୍ଜୟ ଦତ୍ତଙ୍କ ସୁପରହିଟ୍ ଫିଲ୍ମ 'ନାମ'ରେ ପରେଶ ନେଗେଟିଭ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ । ଏହା ପରେ ପରେଶ ଆଉ ପଛକୁ ଚାହିଁ ନଥିଲେ ।

ପରେଶ ରାୱଲ ତାଙ୍କ କ୍ୟାରିୟରରେ ଅନେକ ପୁରସ୍କାର ଜିତିଛନ୍ତି । 'ୱୋ ଛୋକରି' ଏବଂ 'ସର୍' ଚଳଚ୍ଚିତ୍ର ପାଇଁ ସେ ବେଷ୍ଟ ସର୍ପୋଟିଙ୍ଗ୍‌ ଅଭିନେତା ଭାବରେ ନ୍ୟାସନାଲ ଆଓ୍ବାର୍ଡ ଜିତିଛନ୍ତି । 2014 ରେ ଭାରତ ସରକାର ମଧ୍ୟ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।

ହାପି ବର୍ଥଡେ ପରେଶ

ପରେଶ 1987 ରେ ସ୍ବରୂପ ସମ୍ପତଙ୍କୁ ବିବାହ କରିଥିଲେ । 1979 ମସିହାରେ ସ୍ବରୂପ ମିସ୍ ଇଣ୍ଡିଆ ଟାଇଟେଲ୍ ଜିତିଥିଲେ।

ହାପି ବର୍ଥଡେ ପରେଶ

ପରେଶ ତାଙ୍କ କ୍ୟାରିୟରରେ ବହୁ ଫିଲ୍ମରେ କାମ କରିଛନ୍ତି, କିନ୍ତୁ କିଛି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରରେ ସର୍ବଦା ସ୍ମରଣୀୟ ହୋଇ ରହିବ । ଏଥିମଧ୍ୟରେ ନାମ, ରାମ ଲଖନ, ଦାମିନୀ, ଅନ୍ଦାଜ ଅପନା ଅପନା, ସର୍, ୱୋ ଛୋକରି, ସର୍ଦ୍ଦାର, ଦିଲୱାଲେ, ମୋହରା, ବାଜି, ହିରୋ ନମ୍ବର ୱାନ୍, ଚାଚି 420, ନାୟକ, ହେରା ଫେରି, ଫିର ହେରା ଫେରି, ହଙ୍ଗାମା, ଗରମ ମସାଲା, ଚୁପ ଚୁପ କେ, ଗୋଲମାଲ, ଭାଗମ ଭାଗ, ଚିନି କମ, ଭୁଲ ଭୁଲେୟା, ଓ୍ବେଲକମ, ଓ ମାଇଁ ଗଡ, ସଞ୍ଜୁ ।

ABOUT THE AUTHOR

...view details