ମୁମ୍ବାଇ: ରାପର୍ ରଫତାରଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି । ବର୍ତ୍ତମାନ ଗାୟକ ହୋମ-ଆଇସୋଲେସନରେ ଅଛନ୍ତି ।
ବୁଧବାର ରଫତାର ନିଜେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି ।
ମୁମ୍ବାଇ: ରାପର୍ ରଫତାରଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି । ବର୍ତ୍ତମାନ ଗାୟକ ହୋମ-ଆଇସୋଲେସନରେ ଅଛନ୍ତି ।
ବୁଧବାର ରଫତାର ନିଜେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି ।
ଇନଷ୍ଟାଗ୍ରାମରେ ରଫତାର ଲେଖିଛନ୍ତି: "ହାଲୋ, ମୋତେ ରୋଡିଜ୍ ସୋକୁ ଯିବା ପୂର୍ବରୁ କୋରୋନା ଟେଷ୍ଟ କରିବାକୁ ପଡିଥିଲା। । ପ୍ରଥମ ଦୁଇଟି ଟେଷ୍ଟରେ ମୋର ରିପୋର୍ଟ ନେଗେଟିଭ ବାହାରିଲା । କିନ୍ତୁ ମୋର ଆଜିର ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି । ବିଏମସି ମୋତେ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦେଇଛି । ତେଣୁ ମୁଁ ହୋମ-ଆଇସୋଲେସନରେ ଅଛି ।
ମୁଁ ପୁନର୍ବାର କୋରୋନା ଟେଷ୍ଟ କରିବାକୁ ଅପେକ୍ଷା କରିଛି । ମୋତେ ଲାଗୁଛି ଟେଷ୍ଟରେ କିଛି ଭୁଲ ଥାଇପାରେ, କାରଣ ମୁଁ ଫିଟ୍ ଏବଂ ଭଲ ଅଛି, ମୁଁ ଅସୁସ୍ଥ ଅନୁଭବ କରୁନାହିଁ"। ଦୟାକରି ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ତୁମକୁ ମୋର ସ୍ବାସ୍ଥ୍ୟ ଅପଡେଟ୍ ଦେବି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ