ହାଇଦ୍ରାବାଦ: ପପୁଲାର ସାଉଥ ଆକ୍ଟର ବିଜୟ ସେଥୁପତି ନିଜ ଆଗାମୀ ଫିଚର ଫିଲ୍ମ ‘800’କୁ ନେଇ ଚର୍ଚ୍ଚାରେ । ସେ ଫିଲ୍ମରେ ଶ୍ରୀଲଙ୍କା କ୍ରିକେଟର ମୁଥିଆ ମୁରଲିଧରନ ଭୂମିକାରେ ଅଭିନୟ କରିବେ ବୋଲି ଘୋଷଣା କରିଥିଲେ । ଫିଲ୍ମଟି ମୁଥିଆଙ୍କ ବାୟୋପିକ । ହେଲେ ଫିଲ୍ମ ଘୋଷଣା ହେବା ପରଠୁ ସେ ସମାଲୋଚନାର ଶିକାର ହୋଇଆସୁଛନ୍ତି । ଖାଲି ଏତିକି ନୁହେଁ ତାଙ୍କ ନାବାଳିକା ଝିଅଙ୍କୁ ଦୁଷ୍କର୍ମ ଧମକ ମଧ୍ୟ ସୋସିଆଲ ମିଡିଆରେ ଦିଆଯାଇଛି । ଯାହାକୁ ନେଇ ବର୍ତ୍ତମାନ ସେ ଚିନ୍ତିତ ଥିଲେ । ଖୁସିର କଥା ହେଲା ଯେ ଏପରି ବିବାଦୀୟ ଧମକ ଦେଇଥିବା ୟୁଜର ଆକାଉଣ୍ଟକୁ ବର୍ତ୍ତମାନ ସସ୍ପେଣ୍ଡ କରିଦିଆଯାଇଛି ।
ନିକଟରେ ଗୁଜୁରାଟର ଜଣେ ଯୁବକ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇ ଗିରଫ ହୋଇଥିଲା । ଆଉ ଏବେ ବିଜୟଙ୍କ ଝିଅଙ୍କୁ ଏପରି ଧମକ ମିଳିଛି । ଆଉ ବିଜୟଙ୍କୁ ଖୁବ୍ ଟ୍ରୋଲ ମଧ୍ୟ କରାଯାଉଛି ।