ବେଙ୍ଗାଲୁରୁ:ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଡିଗାର୍ଡ କୁମାର ସେଟ୍ଟିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ସେଟ୍ଟିଙ୍କୁ କର୍ଣ୍ଣାଟକର ମାଣ୍ଡ୍ୟା ପୋଲିସ ହେଗାଦହାଲ୍ଲୀରୁ ଗିରଫ କରିଛି । ତେବେ ପୋଲିସ ତାଙ୍କୁ ଆଇପିସି ଧାରା 376 ଓ 420 ଅନୁଯାୟୀ ଗିରଫ କରିଛି ।
ସେଟ୍ଟି ଗତ କିଛି ବର୍ଷ ଧରି କଙ୍ଗନାଙ୍କ ବଡିଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ସେ ମୁମ୍ବାଇର ଜଣେ ଯୁବତୀଙ୍କୁ ପ୍ରେମ କରିବା ସହିତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ସେ ଯୁବତୀଙ୍କଠାରୁ 50 ହଜାର ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଉକ୍ତ ଯୁବତୀ ଜଣକ ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ମାମଲା ଦାଏର କରିଥିଲେ ।