ଓଡିଶା

odisha

By

Published : Mar 3, 2022, 5:16 PM IST

ETV Bharat / sitara

Jayeshbhai Jordaar: ଡବଲ ରୋଲରେ ଧମାଲ ମଚାଇବେ ରଣବୀର, ଜାଣନ୍ତୁ ରିଲିଜ ଡେଟ୍‌

ବଲିଉଡର ଅଲରାଉଣ୍ଡର ଅଭିନେତା ରଣବୀର ସିଂ ପୁଣି ଥରେ ଧମାଲ ମଚାଇବାକୁ ଆସୁଛନ୍ତି । ୟଶ ରାଜ ଫିଲ୍ମସ୍ ବଲିଉଡ ଅଭିନେତା ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜୟଶଭାଇ ଜୋରଦାରର ରିଲିଜ୍ ତାରିଖ ଘୋଷଣା କରିଛି । ଅଧିକ ପଢନ୍ତୁ

ଡବଲ ରୋଲରେ ଧମାଲ ମଚାଇବେ ରଣବୀର
ଡବଲ ରୋଲରେ ଧମାଲ ମଚାଇବେ ରଣବୀର

ହାଇଦ୍ରାବାଦ:ବଲିଉଡର ଅଲରାଉଣ୍ଡର ଅଭିନେତା ରଣବୀର ସିଂ ପୁଣି ଥରେ ଧମାଲ ମଚାଇବାକୁ ଆସୁଛନ୍ତି । ୟଶ ରାଜ ଫିଲ୍ମସ୍ ବଲିଉଡ ଅଭିନେତା ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜୟଶଭାଇ ଜୋରଦାର'ର ରିଲିଜ୍ ତାରିଖ ଘୋଷଣା କରିଛି। ସୋସିଆଲ ମିଡିଆରେ ରଣବୀର ସିଂଙ୍କ ଏକ ମଜାଦାର ଭିଡିଓ ସେୟାର କରି କମ୍ପାନୀ ଏ ବିଷୟରେ ସୂଚନା ଦେଇଛି। ତେବେ କୋଭିଡ -19 ହେତୁ ଫିଲ୍ମର ରିଲିଜ୍ ତାରିଖ ବାରମ୍ବାର ସ୍ଥଗିତ ରଖାଯାଉଥିଲା ।

କମ୍ପାନୀର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ଅନୁଯାୟୀ, ୟଶ ରାଜ ବ୍ୟାନରର ଫିଲ୍ମ 'ଜୟଶଭାଇ ଜୋରଦାର' 13 ମଇ 2022 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥି ସହିତ, ଏହି ତାରିଖରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଦକ୍ଷିଣ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଚଳଚ୍ଚିତ୍ର 'ମିଶନ୍ ମଜନୁ' ଏବଂ ଆୟୁଷ୍ମାନ ଖୁରାନାଙ୍କ 'ଅନେକ' ମଧ୍ୟ ମୁକ୍ତିଲାଭ କରିବ। ରଣବୀର ସିଂ ଏହି ଭିଡିଓରେ କଥା ହେଉଥିବା ନଜର ଆସିଛନ୍ତି । ସେ କହିଥିଲେ, 'ନାମ ଜୟଶଭାଇ ... ଏବଂ କାମ ଜୋରଦାର !!! ରିଲିଜ୍ ତାରିଖ ପାଇଁ ଭିଡିଓ ଦେଖନ୍ତୁ ।

ୟଶ ରାଜ ଫିଲ୍ମସ୍ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ସବୁ ହିରୋ ଗୋଟେ ପଟେ ଏବଂ ଜୟଶଭାଇ ଜୋରଦାର ଗୋଟେ ପଟେ ! ୟଶ ରାଜଙ୍କ ସହ ଜୟଶଭାଇ ଜୋରଦାର 13 ମଇରେ ଆପଣଙ୍କ ନିକଟ ପ୍ରେକ୍ଷାଳୟରେ ଆସୁଛି 'ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା । ତେବେ ଫିଲ୍ମଟି ଚଳିତ ବର୍ଷ ଫେବୃଆରୀରେ ରିଲିଜ୍ ହେବାର ଥିଲା, କିନ୍ତୁ ଓମିକ୍ରନ୍ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details