ଓଡିଶା

odisha

ETV Bharat / sitara

ଲୀଲାର ଦିୱାନ ରାମ, ଦେଖନ୍ତୁ ଫଟୋ - ସ୍ପୋର୍ସ ବାୟୋପିକ ଫିଲ୍ମ ‘83’

ସୋସିଆଲ ମିଡିଆରେ ଘୁରିବୁଲୁଛି ବଲିଉଡର ହଟ୍ କପଲ ଦୀପିକା ଓ ରଣବୀରଙ୍କ ପୁରୁଣା ଫଟୋ । ଯେଉଁଥିରେ ଦୀପିକାଙ୍କୁ ଦେଖି ପାଗଳ ନଜର ଆସୁଛନ୍ତି ରଣବୀର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ ଫ୍ୟାନକ୍ଲବ

By

Published : Oct 14, 2019, 11:35 AM IST

ମୁମ୍ବାଇ: ଆଉ କିଛି ଦିନ ପରେ ବି-ଟାଉନର ପାୱାରଫୁଲ କପଲ ରଣବୀର ସିଂ ଓ ଦୀପିକା ପାଦୁକୋନ ନିଜର ପ୍ରଥମ ବିବାହ ବାର୍ଷିକ ପାଳନ କରିବାକୁ ଯାଉଛନ୍ତି । ଯାହା ପାଇଁ ଏବେ ଠାରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି ଏହି ଯୋଡି । ବିବାହ ପରେ ପ୍ରଥମଥର ଏକାଠି ସ୍ପୋର୍ଟସ ବାୟୋପିକ ଫିଲ୍ମ ‘83’ରେ ନଜର ଆସିବେ ଦୀପିକା ଓ ରଣବୀର । ଦୀର୍ଘ ସମୟ ପରେ ନିଜ ଫେଭରେଟ ଯୋଡିକୁ ପରଦାରେ ଦେଖିବାକୁ ନେଇ ସେପଟେ ଫ୍ୟାନ୍ସ ମଧ୍ୟ ଖୁବ୍ ଏକ୍ସାଇଟେଡ ।

ଦୀପିକା ଓ ରଣବୀର ଦୀର୍ଘ ସମୟରୁ ନିଜ ଜବରଦସ୍ତ କେମେଷ୍ଟ୍ରି ଜରିଆରେ ସମସ୍ତଙ୍କ ହୃଦୟ ଚୋରି କରିଆସୁଛନ୍ତି । ଏହି ପତି-ପତ୍ନୀ ପାଖାପାଖି 6 ବର୍ଷରୁ ପରସ୍ପର ଡେଟ କରିଆସୁଥିଲେ । ଆଉ ପରିଶେଷରେ ଦୁଇଜଣ ଗତ ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁଇଜଣଙ୍କ ଅନସ୍କ୍ରିନ ରୋମାନ୍ସର ଯାତ୍ରା ଅଫ ସ୍କ୍ରିନ ପର୍ଯ୍ୟନ୍ତ ଖୁବ୍ ସୁନ୍ଦର । ଇତିମଧ୍ୟରେ ଦୁଇଣଜଙ୍କ ଏକ ଥ୍ରୋବ୍ୟାକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ଯାହାକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ରଣବୀର । ପ୍ରଥମଥର ଯେବେ ସେ ‘ଗଲିୟୋଂ କି ରାସଲୀଲା ରାମ-ଲୀଲା’ର ସୁଟିଂ ଦୀପିକାଙ୍କ ସହ କରୁଥିଲେ ସେହି ସମୟର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ କୌଣସି କ୍ୟାପସନର ଆବଶ୍ୟକ ନାହିଁ ବୋଲି ଲେଖିଛନ୍ତି ରଣବୀର ।

ଯଦି ଫଟୋଟି ବିଷୟରେ କଥା ହେବା ତେବେ ରଣବୀରଙ୍କୁ ଦେଖି ଲାଗୁଛି ଯେ ପ୍ରଥମ ଦେଖାରେ ସେ ଦୀପିକାଙ୍କ ଉପରେ ହୃଦୟ ହାରି ବସିଥିଲେ । କାରଣ ଦୀପିକା କଥାବାର୍ତ୍ତାରେ ବ୍ୟସ୍ତ ଥିବା ବେଳେ ରଣବୀର ତାଙ୍କୁ ଏକ ଲକ୍ଷରେ ଅନାଇ ବସିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ରଣବୀରଙ୍କ ଏହି ପାଗଳାମୀ...

ABOUT THE AUTHOR

...view details