ନୂଆଦିଲ୍ଲୀ: ବଲିଉଡର ପାୱାର ହାଉସ ରଣବୀର ସିଂ କଡା ପରିଶ୍ରମ କରି ଆଜି ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ । ତାଙ୍କ ଅଭିନୟ ଡାଇଲଗ ଡେଲିଭରି ସବୁବେଳେ ଭିନ୍ନ ଅନୁଭବ କରାଏ ।
ରଣଭୀର ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ସର୍ବଦା ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି ।
ରଣଭୀରଙ୍କ ମନୋକ୍ରୋମ ପଟୋରେ ଦିଓ୍ବାନା ଫ୍ୟାନ୍ସ ନିକଟରେ, ରଣଭୀର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ନିଜର ଏକ ମନୋକ୍ରୋମ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ହସୁଥିବାର ନଜର ଆସିଛନ୍ତି ।
ଫଟୋ ସହିତ, ସେ ଏକ ମଜାଦାର ଗୀତ ମଧ୍ୟ ସେୟାର କରିଛନ୍ତି । ଏବେ ରଣଭୀରଙ୍କ ପ୍ରଶଂସକମାନେ ତାଙ୍କର ଏହି ଫଟୋକୁ ପସନ୍ଦ କରିବା ସହିତ ତାଙ୍କ ହସକୁ ବହୁତ ପ୍ରଶଂସା କରିଛନ୍ତି ।
ରଣଭୀରଙ୍କ ମନୋକ୍ରୋମ ପଟୋରେ ଦିଓ୍ବାନା ଫ୍ୟାନ୍ସ ଶୁକ୍ରବାର ରଣଭୀର ତାଙ୍କର ଆଗାମୀ ଫିଲ୍ମ ସର୍କସର ସୁଟିଂ ସମୟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ରଣଭୀର ଏକ ବିଳାସପୂର୍ଣ୍ଣ କାର ଦେଖାଇଛନ୍ତି, ଯାହା ଏକ ଟୟ କାର । ଆଉ ରଣବୀର କହୁଛନ୍ତି ଯେ ରୋହିତ ଦେଶର ସବୁଠାରୁ ଗମ୍ଭୀର କାର ଷ୍ଟଣ୍ଟ ନିର୍ଦ୍ଦେଶକ । ଦେଖନ୍ତୁ ଭିଡିଓ...
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ,ରଣଭୀର '83',ଏବଂ 'ସର୍କସ' ଭଳି ଫିଲ୍ମରେ ନଜର ଆସିବେ ।