ଓଡିଶା

odisha

By

Published : May 9, 2020, 10:21 PM IST

ETV Bharat / sitara

ଫ୍ୟାନ୍ସଙ୍କୁ ପଜିଟିଭ ରହିବାର ମନ୍ତ୍ର ଦେଲେ ରଣଭୀର ସିଂହ

ନିକଟରେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫ୍ୟାନ୍ସଙ୍କ ସହ ଯୋଡି ହୋଇଛନ୍ତି ରଣଭୀର । ଏହାସହ ସେ ସମସ୍ତଙ୍କୁ ଲକଡାଉନରେ ପଜିଟିଭ ରହିବାର ମନ୍ତ୍ର ଶିଖାଇଛନ୍ତି । ଅଧିକ ପଢନ୍ତୁ...

ଫ୍ୟାନ୍ସଙ୍କୁ ରଣଭୀରଙ୍କ ପଜିଟିଭ ମନ୍ତ୍ର
ଫ୍ୟାନ୍ସଙ୍କୁ ରଣଭୀରଙ୍କ ପଜିଟିଭ ମନ୍ତ୍ର

ମୁମ୍ବାଇ: ଲକଡାଉନରେ ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଛନ୍ତି ସେଲିବ୍ରିଟି । ବିଭିନ୍ନ ସମୟରେ ଲାଇଭ ଚାଟ୍ ସହ ଅନେକ ଭିଡିଓ ଓ ଫଟୋ ସେୟାର କରିଥାନ୍ତି । ତେବେ ଏହି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡର ଖିଲଜୀ ରଣଭୀର ସିଂହ ।

ନିକଟରେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫ୍ୟାନ୍ସଙ୍କ ସହ ଯୋଡି ହୋଇଛନ୍ତି ରଣଭୀର । ଏହାସହ ସେ ସମସ୍ତଙ୍କୁ ଲକଡାଉନରେ ପଜିଟିଭ ରହିବାର ମନ୍ତ୍ର ଶିଖାଇଛନ୍ତି । ସେ କହିଛନ୍ତି ଯେ ଏହି ସମୟ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହା ଏକ ଇମୋସନାଲ ସମୟ । ଏବେ ଧୈର୍ଯ୍ୟ ନହରାଇ ସମସ୍ତେ ଖୁସି ଓ ସୁରକ୍ଷିତ ରହନ୍ତୁ । ତାଙ୍କ ଭଳି ବିନ୍ଦାସ ଓ ପଜିଟିଭ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

କୋଭିଡ 19 ଏକ ମହାମାରୀ ଏବଂ ଏହି ସମୟରେ ସମସ୍ତେ ସମସ୍ୟାର ସମ୍ମୁଖୀନ କରୁଛନ୍ତି । ହେଲେ ଧୈର୍ଯ୍ୟ ଧରି ଏହାକୁ ମୁକାବିଲା କରିବା ବଡ କଥା । ସମୟ ଖୁବଶୀଘ୍ର ବିତିଯିବ । ସତ କହିବାକୁ ଗଲେ ସେ ଖୁବ ଆଶାବାଦୀ ବୋଲି ରଣଭୀର କହିଛନ୍ତି । ସବୁବେଳେ ଆଶା ରଖନ୍ତି ଯେ ଦୁଃଖଦ ପରିସ୍ଥିତି ସରିଯିବ ଏବଂ ନୂଆ ଆରମ୍ଭ ହେବ । ସମସ୍ତ ଫ୍ୟାନ୍ସଙ୍କୁ ଏହିପରି ବିଶ୍ବାସ ରଖିବାକୁ ସେ କହିଛନ୍ତି । ଏହାସହ ରଣଭୀର କହିଛନ୍ତି ଯେ ଏହା ଏକ ଅଦ୍ଭୁଦପୂର୍ବ ସମୟ ଯେବେ ଘରେ ସମସ୍ତେ ଏକାଠି ଅଛୁ । ଏହାର ସଦୁପଯୋଗ କରି ସୁସ୍ଥ ଓ ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

...view details