ମୁମ୍ବାଇ: ଏନର୍ଜେଟି ଆକ୍ଟର ରଣବୀର ସିଂ ସୋର୍ଟ୍ସ ଡ୍ରାମା ଫିଲ୍ମ 83କୁ ନେଇ ଚର୍ଚ୍ଚାରେ। ନିକଟରେ ସେ ଏହି ଫିଲ୍ମର ସୁଟିଂ ଶେଷ କରିଥିଲେ। ବିବାହ ପରେ ପ୍ରଥମଥର 83ରେ ରଣବୀରଙ୍କ ସହ ନଜର ଆସିବେ ତାଙ୍କ ପତ୍ନୀ, ଅଭିନେତ୍ରୀ ଦୀପିକା ପାଦୁକୋନ। ଫିଲ୍ମରେ ରଣବୀର ଯେଉଁଠାରେ କ୍ରିକେଟ ଲିଜେଣ୍ଡ କପିଲ ଦେବଙ୍କ ଭୂମିକାରେ ଦେଖାଯିବେ। ସେହିଠାରୁ ତାଙ୍କ ପତ୍ନୀ ରୋମୀ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଦୀପିକା । ଇତିମଧ୍ୟରେ ଫିଲ୍ମରୁ ରଣବୀରଙ୍କ ନୂଆ ଲୁକ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଟୁନାବ୍ରିଜ ୱେଲ୍ସ ମଇଦାନରେ କପିଲଙ୍କ ଫେମସ ନଟରାଜ ପୋଜରେ ନଜର ଆସୁଛନ୍ତି।
କପିଲ ଦେବଙ୍କ ଫେମସ ନଟରାଜ ପୋଜରେ ରଣବୀର, ଦେଖନ୍ତୁ ଫଟୋ - ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ 83
କ୍ରିକେଟର ସାଜିଲେ ରଣବୀର ସିଂ । କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ ଅବତାରରେ ରଣବୀର । ସାମ୍ନାକୁ ଆସିଲା ତାଙ୍କ 83 ଫିଲ୍ମର ନୂଆ ଲୁକ। ଏଥର କପିଲଙ୍କ ନଟରାଜ ପୋଜରେ ନଜର ଆସି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇଦେଇଛନ୍ତି।
1983ରେ ବିଶ୍ବକପର ସେମିଫାଇନାଲରେ ଜିମ୍ବାୱେ ବିରୋଧରେ 175 ରନ କରିଥିଲେ । ଭାରତ-ଜିମ୍ବାୱେ ମ୍ୟାଚ କ୍ରିକେଟ ଇତିହାସର ସବୁଠାରୁ ସ୍ମରଣୀୟ ମ୍ୟାଚ ମଧ୍ୟରୁ ଅନ୍ୟତମ । ଆଉ ଏମିତି ଏକ ମ୍ୟାଚ ସେହି ସମୟରୁ ନା କୌଣସି ଚ୍ୟାନେଲ ଦ୍ବାରା ପ୍ରସାରିତ କରାଯାଇଥିଲା ନା ରେକର୍ଡ କରାଯାଇଥିଲା।
ଜାରି ହୋଇଥିବା ରଣବୀରଙ୍କ ଏହି ଲୁକ ପୋଷ୍ଟରରେ ସେ ଅବିକଳ କପିଲଙ୍କ ଭଳି ଲାଗୁଛନ୍ତି । ଫଟୋ ଦେଖି ଜଣାପଡିଯାଉଛି ଯେ ଏହି ଲୁକ ପାଇଁ ରଣବୀର ଆଉ ମେକଅପ ଆର୍ଟିଷ୍ଟ କେତେ ପରିଶ୍ରମ କରିଛନ୍ତି । ଫଟୋ ଦେଖି କପିଲ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ଟ୍ବିଟ କରି ରଣବୀରଙ୍କୁ କହିଛନ୍ତି ହାଟ୍ସ ଅଫ ।ପ୍ରକାଶ ଥାଉକି 83ରେ ୱେଷ୍ଟ ଇଣ୍ଡିଜ ବିରୋଧରେ 1983ରେ ଭାରତର ଐତିହାସିକ ବିଜୟ କାହାଣୀକୁ ନେଇ ଆଧାରିତ।