ଓଡିଶା

odisha

By

Published : Feb 25, 2019, 3:31 PM IST

ETV Bharat / sitara

ଗଲି ବୟଙ୍କ ରାପରେ ଝୁମିଲେ ବରଯାତ୍ରୀ

ରଣଭୀରଙ୍କ ଗଲି ବୟ ରିଲିଜ ହେବା ପରଠାରୁ ଦର୍ଶକଙ୍କ ମଧ୍ୟରେ ରଣଭୀରଙ୍କ ରାପକୁ ନେଇ ଖୁବ୍ ଚର୍ଚ୍ଚା । ରଣଭୀର ପ୍ରଥମଥର ଏହି ଫିଲ୍ମରେ ରାପ ଗୀତ ଗାଇଥିବାର ନଜର ଆସିଛନ୍ତି । ଏବେ ଏକ ବିବାହରେ ରଣଭୀର ଲାଇଭ ରାପ ଗୀତ ଗାଇଥିବାର ନଜର ଆସିଥିଲେ ।

Breaking News

ମୁମ୍ବାଇ: ଅଭିନେତା ରଣଭୀର ସିଂହଙ୍କ ଫିଲ୍ମ 'ଗଲି ବୟ' ଭାରତୀୟ ବକ୍ସ ଅଫିସରେ ଜବରଦସ୍ତ ଆୟ କରିବାରେ ଲାଗିଛି । ଫିଲ୍ମରେ ରଣଭୀର ସ୍ଲମରେ ରହୁଥିବା ଜଣେ ପୁଅର ରୋଲ ପ୍ଲେ କରିଛନ୍ତି । ଯିଏ ଜଣେ ଫେମସ ରାପର ହେବାର ସ୍ବପ୍ନ ଦେଖୁଛି । ବର୍ତ୍ତମାନ ଫିଲ୍ମର ଗୀତକୁ ଖୁବ୍ ପସନ୍ଦ କରାଯାଉଛି ଏବଂ ଏହା ଉପରେ ଦର୍ଶକ ମ୍ୟୁଜିକାଲ ଭିଡିଓ ତିଆରି କରୁଥିବାର ନଜର ଆସୁଛନ୍ତି ।

ନିକଟରେ ରଣଭୀର ଏକ ବିବାହ ସମାରୋହରେ ସାମିଲ ହୋଇଥିଲେ । ସେହିଠାରେ ସେ ନିଜ ଫିଲ୍ମର ରାପ ଗୀତ ଲାଇଭ କରିଥିଲେ । ତାଙ୍କର ଏହି ପରଫର୍ମସଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାକୁ ଲାଗିଛି । ଦିଲ୍ଲୀ ବିବାହ ବ୍ୟତୀତ ଉଦୟପୁରର ଏକ ବିବାହର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରଣଭୀର ଫ୍ୟାନ୍ସଙ୍କ ମଝିରେ ରାପ କରୁଥିବାର ନଜର ଆସୁଛନ୍ତି ।

ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା, ତେବେ ଗତବର୍ଷ ରିଲିଜ ହୋଇଥିବା ଆକ୍ସନ ଫିଲ୍ମ 'ସିମ୍ବା' 100 କୋଟି କ୍ଲବରେ ସାମିଲ ହେବାରେ ସଫଳ ହୋଇଥିଲା । ବର୍ତ୍ତମାନ ତାଙ୍କର 'ଗଲି ବୟ' ମଧ୍ୟ 100 କୋଟି କ୍ଲବରେ ସାମିଲ ହୋଇସାରିଛି । ଏହା ବ୍ୟତୀତ ସେ ଖୁବ୍ ଶୀଘ୍ର ଭାରତୀୟ କ୍ରିକେଟର କିମ୍ବଦନ୍ତୀ କପିଲ ଦେବଙ୍କ ବାୟୋପିକରେ ନଜର ଆସିବେ ।

ABOUT THE AUTHOR

...view details