ନୂଆଦିଲ୍ଲୀ : ବଲିଉଡର ଗଲିବୟ ତାରକା ରଣବୀର ସିଂ ତାଙ୍କର ଆଗାମୀ ଫିଲ୍ମ ସର୍କସର ସୁଟିଂ ଆରମ୍ଭ କରିଛନ୍ତି । ଏହି ଫିଲ୍ମର ସୁଟିଂ ସେଟରୁ ଅଭିନେତା ଇନଷ୍ଟାଗ୍ରାମ ଆକାଉଣ୍ଟରେ ତିନୋଟି ଫଟୋ ସେୟାର କରିଛନ୍ତି ।
ଗୋଟିଏ ଫଟୋରେ ରଣବୀର ଥିଏଟର ଭିତରେ ଥିବାବେଳେ ଅନ୍ୟ ଏକ ଫଟୋରେ ସେ ଥିଏଟର ବାହାରେ ଥିବାର ଦେଖିବାକୁ ମିଳିଥିଲା ।
ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସର୍କସରେ ୱିଲିୟମ୍ ସେକ୍ସପିୟରଙ୍କ ନାଟକ କମେଡି ଅଫ୍ ଏରର୍ସର ଏକ ଆଡାପ୍ଟେସନ୍ ରହିଛି । ଯେଉଁଥିରେ ରଣବୀର ଡବଲ୍ ଭୂମିକାରେ ନଜର ଆସିବେ ।