ଓଡିଶା

odisha

ETV Bharat / sitara

ପତ୍ନୀ ପ୍ରେମ, ପ୍ରଥମେ ଛାଡିଲେ ଘର ଆଉ ଏବେ ପରିଚୟ

ଦୀପବୀରଙ୍କ ବିବାହ ସରିଛି, କିନ୍ତୁ ଆଜିବି ଚାଲୁ ରହିଛି ଚର୍ଚ୍ଚା । ରଣବୀର ଓ ଦୀପିକା ଦୀର୍ଘ 6ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଗତବର୍ଷ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କିନ୍ତୁ ବିବାହ ପୂର୍ବରୁ ଉଭୟ ନିଜ ସମ୍ପର୍କକୁ ନେଇ କେବେ ହେଲେ କିଛି ସ୍ବୀକାର କରିନଥିଲେ । ହେଲେ ବିବାହ ପରେ ରଣବୀରଙ୍କ ନାମ ଦୀପିକା ନୁହେଁ ବରଂ ଦୀପିକାଙ୍କ ସରନେମ ରଣବୀର ନେବେ ବୋଲି ଆପଣ ଜାଣନ୍ତି କି ?

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Feb 8, 2019, 2:39 PM IST


ମୁମ୍ବାଇ: ଦୀପବୀରଙ୍କ ବିବାହ ସରିଛି, କିନ୍ତୁ ଆଜିବି ଚାଲୁ ରହିଛି ଚର୍ଚ୍ଚା । ରଣବୀର ଓ ଦୀପିକା ଦୀର୍ଘ 6ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଗତବର୍ଷ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କିନ୍ତୁ ବିବାହ ପୂର୍ବରୁ ଉଭୟ ନିଜ ସମ୍ପର୍କକୁ ନେଇ କେବେ ହେଲେ କିଛି ସ୍ବୀକାର କରିନଥିଲେ । ହେଲେ ବିବାହ ପରେ ରଣବୀରଙ୍କ ନାମ ଦୀପିକା ନୁହେଁ ବରଂ ଦୀପିକାଙ୍କ ସରନେମ ରଣବୀର ନେବେ ବୋଲି ଆପଣ ଜାଣନ୍ତି କି ?

ବିବାହ ପରେ ପ୍ରଥମ ସାକ୍ଷାତକାରରେ ଦୀପିକାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ ସୋନମ ଓ ପ୍ରିୟଙ୍କାଙ୍କ ପରି ନିଜ ନାମରେ ରଣବୀରଙ୍କ ସରନେମ ଲଗାଇବେ କି ନାହିଁ ? ଆଉ ଏହାର ଉତ୍ତରରେ ଦୀପିକା କହିଥିଲେ, 'ଏହା ବୋଧହୁଏ ଦୀପିକା ପାଦୁକୋନ- ରଣବୀର ସିଂହ ପାଦୁକୋନଙ୍କ ପତ୍ନୀ ।' ବୋଲି କହିଥିଲେ ।

ଆଉ ଦୀପିକାଙ୍କ ଏହି ବୟାନ ଭାଇରାଲ ହେବାପରେ ରଣବୀରଙ୍କୁ ମଧ୍ୟ ଏନେଇ ମିଡିଆ ପଚାରିଥିଲା ତାଙ୍କ ପ୍ରତିକ୍ରିୟା । ଆଉ ରଣବୀର ବେଶ ମଜାକିଆ ଅନ୍ଦାଜରେ କହିଥିଲେ, 'ମୋ ପ୍ରକୃତ ସରନେମ( ଭବନାନୀ)କୁ ମୁଁ ପିଲାଦିନରୁ ଛାଡିସାରିଛି । ତେଣୁ ମୋତେ ନୂଆ ସରନେମ ଦରକାର, ତେଣୁ କାହିଁକି ନୁହେଁ । ରଣବୀର ସିଂହ ପାଦୁକୋନ ଗୋଟିଏ ପ୍ରଖ୍ୟାତ ନାମ ।'


ପ୍ରକାଶ ଥାଉକି, ଦୀପିକା ଓ ରଣବୀର 2018 ନଭେମ୍ବର 14ରେ ଇଟାଲୀର ଲେକ କୋମୋରେ କୋଙ୍କଣୀ ବିଧିରେ ବିବାହ ପରି ନଭେମ୍ବର 15ତାରିଖରେ ସିନ୍ଧୀ ବିଧିରେ ବିବାହ କରିଥିଲେ । ଏହାପରେ ଉଭୟ ଭାରତ ଫେରି ବାଙ୍ଗାଲୋର ଓ ମୁମ୍ବାଇରେ ଆୟୋଜନ କରିଥିଲେ ବିଗ ଫ୍ୟାଟ ପାର୍ଟି ।

ତେବେ ଉଭୟଙ୍କ କାମ କଥା କହିବାକୁ ଗଲେ, ରଣବୀର ଏବେ ଜୋୟା ଅଖତରଙ୍କ ଫିଲ୍ମ 'ଗଲି ବୟ'ର ପ୍ରମୋଶନରେ ବ୍ୟସ୍ତ । ଫିଲ୍ମରେ ରଣବୀର ଜଣେ ଷ୍ଟ୍ରିଟ ରାପର ଭାବେ ନଜର ଆସୁଥିବାବେଳେ ତାଙ୍କ ସହ ନଜର ଆସିବେ ଆଲିୟା ଭଟ୍ଟ । ଅନ୍ୟ ପକ୍ଷରେ ଦୀପିକା ଦୀର୍ଘଦିନ ପରେ ଫିଲ୍ମ 'ଛପାକ' ମାଧ୍ୟମରେ କମବ୍ୟାକ କରିବାକୁ ପ୍ରସ୍ତୁତ । ଫିଲ୍ମଟି ମେଘନା ଗୁଲଜାରଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ଏହା ଏସିଡ ଆଟାକ ଭଳି ଏକ ସତ୍ୟ ଘଟଣାକୁ ନେଇ ଆଧାରିତ ।

ABOUT THE AUTHOR

...view details