ଓଡିଶା

odisha

ETV Bharat / sitara

ଅତୀତକୁ ମନେପକାଇଲେ ରଣବୀର - ranveer singh missing outdoors

ରଣବୀର ସିଂ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯାହା ତାଙ୍କର ପୁରୁଣା ଦିନର ଅଟେ । ଏଥିରୁ ଜଣାପଡୁଛି ରଣବୀର ବାହାରେ ବୁଲିବା ଦିନକୁ ବହୁତ ମିସ କରୁଛନ୍ତି । ଅଧିକ ପଢନ୍ତୁ...

ranveer singh missing outdoors shared throwback pics
ଥ୍ରୋବ୍ୟାକ ଫଟୋ ସେୟାର କରି ବାହାରେ ବୁଲିବା ଦିନକୁ ମନେପକାଇଲେ ରଣବୀର

By

Published : May 28, 2020, 1:46 PM IST

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ବୁଧବାର ଦିନ ତାଙ୍କର କିଛି ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋ ମଧ୍ୟରୁ ଗୋଟିଏରେ ରଣବୀର ସମୁଦ୍ର କୂଳରେ ବସି ସନସାଇନକୁ ଦେଖୁଥିବାର ନଜର ଆସିଛନ୍ତି । ଏହି ଫଟୋର କ୍ୟାପସନରେ ରଣବୀର ଲେଖିଛନ୍ତି, 'ହମେଶା ଚମକ୍ତେ ରହୋ ଦୋସ୍ତୋ' ।

ଏଥି ସହିତ, ଦ୍ୱିତୀୟ ଫଟୋରେ ରଣବୀର ସୁଇମିଙ୍ଗ କରିବା ପରେ ହାତ ଯୋଡି ସେ ଏକ ଗଭୀର ଚିନ୍ତାରେ ବୁଡି ରହିଥିବାର ନଜର ଆସିଛନ୍ତି ।

ନିକଟରେ ରଣବୀର ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ବୁମେରଙ୍ଗ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଦୀପିକା ରଣବୀରଙ୍କ ଗାଲରେ କିସ ଦେଉଥିବାର ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଏହି ଦମ୍ପତି ଏବେ କବୀର ଖାନଙ୍କ ଆଗାମୀ କ୍ରୀଡା-ଡ୍ରାମା ଫିଲ୍ମ '83' ରେ ନଜର ଆସିବେ । ଯଦିଓ ଫିଲ୍ମଟି ଏପ୍ରିଲରେ ରିଲିଜ ହେବାର ଥିଲା, ଲକଡାଉନ ପଡ଼ିଥିବାରୁ ବର୍ତ୍ତମାନ ସୁଦ୍ଧା ଏହାର ନୂଆ ରିଲିଜ ବିଷୟରେ କୌଣସି ଖବର ଆସିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details