ମୁମ୍ବାଇ: 2019ର ସବୁଠାରୁ ହିଟ୍ ଗୀତ ବିଷୟରେ ଯଦି ଦର୍ଶକଙ୍କୁ ପ୍ରଶ୍ନ କରାଯିବ, ତେବେ ସମସ୍ତଙ୍କ ମନରେ ଗାୟକ ଅରିଜିତ ସିଂହ, ହନି ସିଂହ, ଅଭୟ ଯୋଧପୁରକର କିମ୍ବା ଅନ୍ୟ କୌଣସି ଗାୟକଙ୍କ ନାମ ଆସିପାରେ । କିନ୍ତୁ ଏବର୍ଷର ସୁପରହିଟ୍ ଗାୟକ କୌଣସି ଗାୟକ ନୁହେଁ ବରଂ ବି-ଟାଉନର ଏନର୍ଜେଟିକ ଅଭିନେତା ରଣଭୀର ସିଂହ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି ଗୀତର ବାଦଶାହା ସାଜିଛନ୍ତି ।
ଆଜ୍ଞା ହଁ, ରଣଭୀରଙ୍କ ବ୍ଲକବଷ୍ଟର ଫିଲ୍ମ 'ଗଲି ବୟ' ପାଇଁ ଗାଇଥିବା ରାପ ଗୀତ 'ଅପନା ଟାଇମ ଆୟେଗା' ପୂର୍ବ 6 ସପ୍ତାହରୁ ଚାର୍ଟ୍ସରେ ଟପ ଗୀତରେ ରହିଛି ।
ଏହି ଅବସରରେ ରଣଭୀର କହିଛନ୍ତି କି, 'ଅପନା ଟାଇମ ଆୟେଗା' ରିଲିଜ ପରେ ଏପରି କ୍ରେଜ ସୃଷ୍ଟି ହୋଇଥିଲା । ଯାହାକୁ ଦର୍ଶକ ଅନେକ ସ୍ଥାନରେ ବ୍ୟବହାର କରିବାରେ ଲାଗିଛନ୍ତି । ଗୀତର ଏହି ଶବ୍ଦ ସବୁଠାରୁ ଶାନଦାର । ଗୀତଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ସବୁଠାରୁ ଖୁସି କଥା ତାଙ୍କ ପାଇଁ ହେଲା ଯେ ସେ ଗାଇଥିବା ପ୍ରଥମ ଗୀତକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିବ।
ସେ କେବେ ମଧ୍ୟ ଭାବିନଥିଲେ ଦର୍ଶକ ତାଙ୍କ ଗୀତକୁ ଏତେ ପସନ୍ଦ କରିବେ ବୋଲି । ବର୍ତ୍ତମାନ ଭାରତରେ ହିପ ହପ ଗୀତ ନିଜର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛି ଏବଂ ଗୀତର ମୁଖ୍ୟଧାରାକୁ ସେ ଆଣିପାରିଛନ୍ତି । ରିମେକ୍ସ ଏବଂ ରିକ୍ରିଏଶନ ହିନ୍ଦୀ ସିନେମା ଗୀତ ଯାତ୍ରାରେ 'ଅପନା ଟାଇମ ଆୟେଗା' ଏକ ନୂଆ ଯୁକ୍ତିତର୍କ ଜନ୍ମ କରିଛି । ଏହି ଗୀତ ଅନେକ ମ୍ୟୁଜିକ କମ୍ପାନୀର ମଧ୍ୟ ମୁହଁ ଚୁପ କରାଇ ଦେଇଛି । ଯେଉଁମାନେ ସବୁବେଳେ କହୁଥିଲେ କି ନୂଆ ଗୀତରେ ଦମ ନାହିଁ ତେଣୁ ସେ ଏଥି ନିମନ୍ତେ ରିମେକ୍ସ ତିଆରି କରୁଛନ୍ତିବୋଲି କହିଛନ୍ତି ରଣଭୀର ।