ମୁମ୍ବାଇ: ଶେଷଥର ବି-ଟାଉନର ଏନର୍ଜେଟିକ ଆକ୍ଟର ରଣବୀର ସିଂ ଫେମସ ନିର୍ଦ୍ଦେଶିକା ଜୋୟା ଅଖତରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଗଲିବୟ’ରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ଏବର୍ଷ ଭାରତ ତରଫରୁ ଓସ୍କାର ଦୌଡ ପାଇଁ ଚୟନ କରାଯାଇଛି । ରଣବୀର ନିକଟରେ ନିଜର ଆଗାମୀ ସ୍ପୋର୍ସ ଡ୍ରାମା ଫିଲ୍ମ ‘83’ର ସୁଟିଂ ଲଣ୍ଡନରେ ଶେଷ କରିଥିଲେ । ଫିଲ୍ମ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ କବୀର ଖାନ ।
ଲଣ୍ଡନରୁ ଫେରିବାର ପରେ ରଣବୀରଙ୍କୁ ମୁମ୍ବାଇର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । କେବେ ପ୍ରଯୋଜକଙ୍କ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ନଜର ଆସୁଛନ୍ତି ତ ଆଉ କେବେ ଫ୍ରେଣ୍ଡସ ମାନଙ୍କ ସହ ହ୍ୟାଙ୍ଗଆଉଟ କରୁଥିବାର ଦେଖାଯାଉଛନ୍ତି ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ ଫ୍ୟାନକ୍ଲବ ଇତିମଧ୍ୟରେ ତାଙ୍କର ନୂଆ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୁରୁବାର ରଣବୀରଙ୍କୁ ଜୋୟଙ୍କ ସହ ଦେଖିବାକୁ ମିଳିଥିଲା । ଦୁଇଜଣ ପରସ୍ପର ହାତ ଧରି ମୁମ୍ବାଇ ସିନେମା ହଲ ସାମ୍ନାରେ ନଜର ଆସିଥିଲେ । ସବୁଥର ପରି ଏଥର ମଧ୍ୟ ରଣବୀର ନିଜ ଫଙ୍କି ଷ୍ଟାଇଲ ସହ କ୍ୟାମେରା ସାମ୍ନାରେ ଅନେକ ପୋଜ ଦେଇଥିଲେ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ ଫ୍ୟାନକ୍ଲବ ପ୍ରକାଶ ଥାଉକି ଜୋୟାଙ୍କ ନିର୍ଦ୍ଦେଶିତ ଦୁଇଟି ଫିଲ୍ମରେ ରଣବୀର ଅଭିନୟ କରିସାରିଛନ୍ତି । ଦୁଇଜଣଙ୍କ ପରସ୍ପରର ଭଲ ବନ୍ଧୁ । ଯଦି ‘83’ ଫିଲ୍ମ ବିଷୟରେ କଥା ହେବା ତେବେ 1983ରେ ଭାରତ କ୍ରିକେଟ ଟିମର ଐତିହାସିକ ବିଜୟ କାହାଣୀକୁ ନେଇ ଆଧାରିତ । ଫିଲ୍ମରେ କ୍ରିକେଟ ଲେଜେଣ୍ଡ କପିଲ ଦେବଙ୍କ ଭୂମିକାରେ ରଣବୀର ଅଭିନୟ କରୁଥିବା ବେଳେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ, କପିଲଙ୍କ ପତ୍ନୀ ରୋମି ଦେବଙ୍କ ଭୂମିକାରେ ଦେଖାଯିବେ ।