ଓଡିଶା

odisha

ETV Bharat / sitara

ପତ୍ନୀଙ୍କ ଫଟୋରେ ପୁଣି ଫିଦା ରଣଭୀର

ଦୀପିକାଙ୍କ ମେଟ ଗାଲା ଲୁକରେ ପୁଣି ହୃଦୟ ହାରିଛନ୍ତି ସ୍ବାମୀ ରଣଭୀର । ଫଟୋ ଦେଖି ପତ୍ନୀଙ୍କୁ ପାର୍ଟିର ଅଫର ଦେଲେ ।

By

Published : May 9, 2019, 4:23 AM IST

ଡିଜାଇନ ଫଟୋ

ମୁମ୍ବାଇ: ଦୀପିକା ପାଦୁକୋନ ଓ ରଣଭୀର ସିଂହ ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ଫଟୋ ଉପରେ କମେଣ୍ଟ କରୁଥିବାର ନଜର ଆସିଥାଆନ୍ତି । ଏବେ ପୁଣିଥରେ ରଣଭୀର ପତ୍ନୀ ଦୀପିକାଙ୍କ ଫଟୋରେ କମେଣ୍ଟ କରି ଚର୍ଚ୍ଚାରେ ଆସିଛନ୍ତି । ସେ ଦୀପିକାଙ୍କ ମେଟ ଗାଲା ଫଟୋ ଉପରେ ଗୋଟିଏ ନୁହେଁ ବରଂ ତିନୋଟି କମେଣ୍ଟ କରିଛନ୍ତି ।

ରଣଭୀରଙ୍କ ପ୍ରଥମ କମେଣ୍ଟ, "Come on Barbie let's go party." ଦ୍ବିତୀୟ କମେଣ୍ଟରେ "Queen" ଏବଂ ତୃତୀୟ କମେଣ୍ଟରେ ସେ ଲେଖିଛନ୍ତି, "Unreal."

ରଣଭୀରଙ୍କ ଏହି କମେଣ୍ଟ ପରେ ଫ୍ୟାନ୍ସ ଓ ଫଲୋୱର୍ସ ମଧ୍ୟ କମେଣ୍ଟର ବନ୍ୟା କରିଦେଇଛନ୍ତି ଦୀପିକାଙ୍କ ଫଟୋରେ । ରଣଭୀରଙ୍କ ଗୋଟିଏ ଗୋଟିଏ କମେଣ୍ଟକୁ ହଜାର ହଜାର ଲାଇକ୍ସ ମିଳିବାରେ ଲାଗିଛି ।

ପ୍ରକାଶ ଥାଉକି ଦୀପିକା ମେଟ ଗାଲା 2019ରେ ବାର୍ବୀ ଷ୍ଟାଇଲ ଗାଉନ ପିନ୍ଧିଥିଲେ । ଯାହାକୁ Zac Posen ମୁଖ୍ୟତଃ ତାଙ୍କ ପାଇଁ ତିଆରି କରିଥିଲେ । ମେଟ ଗାଲାର ପିଙ୍କ କାର୍ପେଟରେ ସବୁ ଷ୍ଟାର ନିଜ ନିଜ ଅନ୍ଦାଜରେ ଷ୍ଟାଇଲିସ ଡ୍ରେସ ପିନ୍ଧି ପହଞ୍ଚିଥିଲେ । କିନ୍ତୁ ଦୀପିକାଙ୍କ ଷ୍ଟାଇଲକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି ।

ABOUT THE AUTHOR

...view details