ମୁମ୍ବାଇ: ନିରାଶ ହେଲେ ‘ଗଲି ବୟ’ ମେକର୍ସ । କାରଣ ଜୋୟା ଅଖତରଙ୍କ ଏହି ସୁପରହିଟ୍ ଫିଲ୍ମ ଅନ୍ତରାଷ୍ଟ୍ରୀୟ ଫିଚର ଫିଲ୍ମ ଓସ୍କାର 2020 ଶ୍ରେଣୀରୁ ବାଦ ପଡିଛି । ଓସ୍କାର ଦୌଡରେ ପଛରେ ରହିଯାଇଛି ରଣବୀର ସିଂ ଓ ଆଲିୟା ଭଟ୍ଟଙ୍କ ଅଭନୀତ ‘ଗଲି ବୟ’ । ଭାରତୀୟ ବକ୍ସ ଅଫିସରେ ଶାନଦାର ଆୟ କରିଥିବା ଏହି ଫିଲ୍ମ 92ତମ ଏକାଡେମୀ ଆୱାର୍ଡ୍ସ ପାଇଁ ଚୟନ ହୋଇଥିବାରୁ ସମସ୍ତେ ଖୁସି ଥିଲେ । କିନ୍ତୁ ଓସ୍କାର ରେସରୁ ଫିଲ୍ମ ବାହାରିଯିବା ଖବର ସମସ୍ତଙ୍କୁ ଦୁଃଖି କରିଦେଇଛି।
ଫିଲ୍ମଟି ଶୀର୍ଷ 10 ସୂଚୀରେ ନିଜ ସ୍ଥାନ ସ୍ଥାପନ କରିବାରେ ଅସଫଳ ହୋଇଛି । ଯାହାର ଆଗାମୀ ରାଉଣ୍ଡରେ 92ତମ ଏକାଡେମୀ ପୁରସ୍କାର ପାଇଁ ଭୋଟିଂ ହେବାର ଥିଲା । ଏହି ଶ୍ରେଣୀରେ 91 ଫିଲ୍ମଟିକୁ ଚୟନ କରାଯାଇଥିଲା । ଶୀର୍ଷ 10 ସୂଚୀରେ ନିଜ ସ୍ଥାନ ସ୍ଥାପନ କରିଥିବା ଫିଲ୍ମ ଗୁଡିକ ହେଲା ‘ପାରାସାଇଟ’, ‘ପେନ ଆଣ୍ଡ ଗ୍ଲୋରୀ’, ‘ଦ ପେଣ୍ଟେଡ ବାର୍ଡ’, ‘ଟୁଥ ଆଣ୍ଡ ଜଷ୍ଟିସ’, ‘ଲେସ ମିଜରେବଲ’, ‘ଦୋଜ ହୁ ରିମେଣ୍ଡ’, ‘ହନିଲ୍ୟାଣ୍ଡ’, ‘କର୍ପସ କ୍ରିଷ୍ଟି’, ‘ବିନପୋଲ’, ‘ଆଟଲାଣ୍ଟିକା’ ।